fbpx

ବିଏମସି କର୍ମଚାରୀଙ୍କ ବ୍ରାଉନ ସୁଗାର ମୋହ !

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ବ୍ରାଉନ ସୁଗାର ମୋହରେ ଭୁବନେଶ୍ୱର ମହାନିଗର ନିଗମ କର୍ମଚାରୀ । ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ରେଡହ୍ୟାଣ୍ଡ ଧରିଛି ଲିଙ୍ଗରାଜ ଥାନା ପୁଲିସ । ଠିକା ପିଅନ ଦିଲ୍ଲୀପ ବେହେରାଙ୍କ ଠାରୁ ୭.୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବ୍ରାଉନସୁଗାର ସହ ୫ଟି ମୋବାଇଲ, ୪୨ ହଜାର ଟଙ୍କା, ୪୦ ଗ୍ରାମର ସୁନା ଗହଣା, କାର ଜବତ ହୋଇଛି । ଦିଲ୍ଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଲିଙ୍ଗରାଜ ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.