fbpx
BSKY SKY
BSKY SKY

ଓଡିଶା ପାଇଲା ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର

BSKY

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ପାଇଛି ଓଡିଶା । ପୁରସ୍କାର ବାବଦକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପାଇବେ । ଏହି ପୁରସ୍କାର ଘୋଷଣା କରିଛି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରାଳୟ । ବିଶ୍ୱ ମତ୍ସ୍ୟ ଦିବସରେ ଓଡିଶାକୁ ପୁରସ୍କାର ଦିଆଯିବ । ଅନ୍ତର୍ଦେଶୀୟ ଜିଲ୍ଲା ଭାବେ କଳାହାଣ୍ଡି ପାଇବ ଶ୍ରେଷ୍ଠ ପୁରସ୍କାର । କଳାହାଣ୍ଡି ଜିଲ୍ଲାକୁ ପୁରସ୍କାର ବାବଦକୁ ୩ ଲକ୍ଷ ଟଙ୍କା ମିଳିବ । ଅନ୍ତର୍ଦେଶୀୟ ରାଜ୍ୟ ଭାବେ ଉତ୍ତରପ୍ରଦେଶକୁ ପୁରସ୍କାର ମିଳିବ । ପାର୍ବତ୍ୟ ଓ ଉତ୍ତର-ପୂର୍ବ ରାଜ୍ୟ ଭାବେ ଆସାମକୁ ପୁରସ୍କାର ମିଳିବ ।

Get real time updates directly on you device, subscribe now.