fbpx

ଜିଓ ଫାଇବର ଉପରେ BMCର ୫୦ ହଜାର ଜୋରିମାନା

ଭୁବନେଶ୍ୱର: ରାଜଧାନୀର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବାର ନଜିର ରହିଛି । ଏହି ପରିପ୍ରେକ୍ଷିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଆଇନ୍ ପୋଷ୍ଟର ଓ ବ୍ୟାନରକୁ ନେଇ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମ୍ସି । ସେହିପରି ଏକ ମାମଲା ସାମ୍ନାକୁ ଆସିଛି ନୟପଲ୍ଲୀରୁ । ନୟପଲ୍ଲୀର କେତେକ କାନ୍ଥରେ ଜିଓ ଫାଇବର ପକ୍ଷରୁ ଲଗାଯାଇଥିବା ପୋଷ୍ଟର ପାଇଁ ୫୦ ହଜାର ଟଙ୍କା ଜୋରିମାନା କରିଛି ବିଏମ୍ସ । ଏହା ସହ ଜିଓ ପାଇବର ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ୍ ହୋର୍ଡ଼ିଂ ଓ ପୋଷ୍ଟର ଲଗାଇବା ଦ୍ୱାରା ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଦର୍ଶାଇ ନିକଟରେ ବିଏମ୍ସି ପକ୍ଷରୁ ଏକ ଘରୋଇ ପାନ ମସଲା କମ୍ପାନୀ ଠାରୁ ୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହା ବ୍ୟତୀତ କୋଚଂ ସେଣ୍ଟର, ଜିମ୍, ଯାତ୍ରା ପାର୍ଟି ଓ ରାଜନେତାଙ୍କ ପୋଷ୍ଟର ଯୁଦ୍ଧକାଳୀନ ଭିତ୍ତିରେ ହଟାଇବା ନେଇ ଫାଇନ୍ ଆଦାୟ କରାଯାଉଛି ।

 

Get real time updates directly on you device, subscribe now.