fbpx

ଅମାନିଆକୁ ସାବାଡ କରିବାକୁ ବିଏମସି ହେଲା କଠୋର, ଏଣିକି ବାହାରେ ଅଳିଆ ପକାଇଲେ ଧରିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

ଭୁବନେଶ୍ୱର: ବାହାରେ ଅଳିଆ ପକାଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଅମାନିଆଙ୍କୁ ସାବାଡ କରିବା ଲାଗି ଏଣିକି ରାଜଧାନୀର ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ “ଟିମ୍ ସାଇନ୍’ । ଏହି ଟିମ୍ ସାଇନର ଅର୍ଥ ସାନିଟେସନ ଓ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ ହୋଇଛି । ବିଏମସି ମେୟର ଓ କମିଶନର ଆଜି ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କାମ କରିବ । ଅଳିଆ ଆବର୍ଜନା କଲେ ପ୍ରଥମେ ସଚେତନ ଓ ସତର୍କ କରାଯିବ । ଏହାପରେ ବି ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆଜି ଏହାର ଶୁଭାରମ୍ଭ ଅବସରରେ ବିଏମସି ଟିମ୍ ସାଇନ୍ ବା ଏନଫୋର୍ସମେଣ୍ଟ ଟିମ୍ ର ରୋଡ ଶୋ ଅନୁଷ୍ଠିତ ହୋଇଛି । ବାଣୀବିହାରୁ ଆଚାର୍ଯ୍ୟ ବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ ଆୟୋଜିତ ହୋଇଛି । ଏହି ରାଲି ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ୱଚ୍ଛତା ସଂପର୍କିତ ସଚେତନ କରିବାକୁ ପ୍ରୟାସ କରାଯାଇଛି । ଏହି ଏନଫୋର୍ସମେଣ୍ଟ ଟିମ୍ର ପ୍ରତି ସ୍କ୍ୱାର୍ଡରେ ୫ ଜଣ ସଦସ୍ୟ ରହିବେ ।

Get real time updates directly on you device, subscribe now.