fbpx
BSKY
BJD SHG SKY
BJD YOUTH SKY

ବିଏମ୍‌ସି ନିର୍ବାଚନ ପାଇଁ ରାଜନୀତି ସରଗରମ: ଆଜି ମେୟର ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି-ବିଜେପି

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ଏବେ ବାଜିଛି ପୌର ନିର୍ବାଚନ ବିଗୁଲ୍ । ୨ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ । ସେପଟେ ଟିକେଟ ପାଇଁ ଦଳରେ କସରତ  ଜାରି ରହିଛି ପ୍ରାର୍ଥୀ। ମହାନଗର ନିଗମ ଭୁବନେଶ୍ୱର ଓ କଟକ ପାଇଁ ଆଶାୟୀଙ୍କ ଭିଡ଼ ଲମ୍ବିବାରେ ଲାଗିଛି । ଏଥିନେଇ ଆଶାୟୀମାନେ ସମର୍ଥନ ଜୁଟାଇବାରେ ଲାଗିଡ଼ିଛନ୍ତି । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ଏକରକମ ଶେଷ ହୋଇଥିବାବେଳେ ବିଜେଡ଼ି ପକ୍ଷରୁ ତାଲିକା ଘୋଷଣା କରାଯାଇ ନାହିଁ । ଆଶାୟୀମାନେ ବିଭିନ୍ନସ୍ତରରେ ଲବି କରିବାରେ ଲାଗି ପଡ଼ିଛନ୍ତି । ଏପରିକି ନିଜ ନିଜ ସମର୍ଥକମାନଙ୍କ ସହ ନେତାମାନଙ୍କ ଘରେ ପହଞ୍ଚି ଶକ୍ତି ପ୍ରଦର୍ଶନ କରିବାରେ ଲାଗି ପଡ଼ିଛନ୍ତି । ଏଥର ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ମେୟର ପଦବୀ ପାଇଁ ମଧ୍ୟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

୩ଟି ମହାନଗରରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଉତ୍କଷ୍ଠା ବଢ଼ିଛି।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛ ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଶିବିର । ତେବେ ଏହା ମଧ୍ୟରେ କଂଗ୍ରେସ ଆଗୁଆ ଗୋଟି ଚାଲଣା କରି ବିଏମସି ଓ ସିଏମସି ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଗଣିତ କଷୁଛନ୍ତି ବିଜେପି ଓ ବିଜେଡି । କାହାକୁ ଟିକେଟ ଦେବେ, କାହାକୁ ନଦେବେ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଦୁଇ ଦଳ । ତେବେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ବର ମହାନଗର ନିଗମ ମେୟର ପ୍ରାର୍ଥୀ ଓ କର୍ପୋରେଟର ପ୍ରାର୍ଥୀଙ୍କ ତାଲିକା ବିଧିବଦ୍ଧ ଭାବେ ଘୋଷଣା କରିବା ନେଇ ଚର୍ଚ୍ଚା ହୋଉଛି।

ଅନ୍ୟପଟେ ବିଜେପି ମଧ୍ୟ ବିଏମ୍‌ସିର ମେୟର ପ୍ରାର୍ଥୀ ଚୂଡାନ୍ତ କରିଥିବା ବେଳେ ଆଜି- କାଲି ଘୋଷଣା ହୋଉଛି। ତେବେ ରାଜ୍ୟ ମହିଳା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ ନାଁ ମେୟର ପ୍ରାର୍ଥୀ ନେଇ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.