fbpx
BJD SKY
BJD SKY

ମହିଳା, ଡ୍ରଗ୍ସ ଓ ପର୍ଣ୍ଣଷ୍ଟାର: ୱାର୍ଣ୍ଣଙ୍କ ଜୀବନର କିଛି ବହୁ ଚର୍ଚ୍ଚିତ ବିବାଦ

BJD

ନୂଆଦିଲ୍ଳୀ: କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ଣ୍ଣ ନିଜ କ୍ରିକେଟ କ୍ୟାରିୟରରେ ବେଶ ସଫଳ ଥିଲେ । ତେବେ କ୍ରିକେଟ ପଡିଆରେ ୱାର୍ଣ୍ଣ ଯେତିକି ସଫଳ ଥିଲେ ପଡିଆ ବାହାରେ ଥିଲେ ସେତିକି ବିବାଦୀୟ । କ୍ରିକେଟ ପଡିଆରେ ନିଜର ଯାଦୁକରୀ ସ୍ପିନରେ ୧୧୦୦ରୁ ଅଧିକ ୱିକେଟ ନେଇଥିବା ଏହି ବୋଲରଙ୍କ ଜୀବନ କେଉଁ ଇନ୍ଦ୍ରଧନୁର ରଙ୍ଗଠାରୁ କମ ନଥିଲା । ୱାର୍ଣ୍ଣଙ୍କ ଜୀବନରେ ବର୍ଣ୍ଣାଳୀର ୭ ରଙ୍ଗଠାରୁ କମ ରଙ୍ଗ ନଥିଲା । କୌଣସି ନର୍ସଙ୍କ ସହିତ ଅଶ୍ଲୀଳ ବାର୍ତ୍ତାଳାପ ହେଉ, ପର୍ଣ୍ଣଷ୍ଟାରଙ୍କୁ ଆକ୍ରମଣ କି ନିଜର ଛାଡପତ୍ରକୁ ନେଇ ବିବାଦରେ ରହିଥିଲେ ୱାର୍ଣ୍ଣ ।

ବ୍ରିଟିଶ ନର୍ସଙ୍କ ସହିତ ବାର୍ତ୍ତାଳାପ: ବ୍ରିଟେନର ଜନୈକ ନର୍ସଙ୍କ ସହିତ ଅଶ୍ଲୀଳ ବାର୍ତ୍ତାଳାପ ପାଇଁ ଅଡୁଆରେ ପଡିଥିଲେ ୱାର୍ଣ୍ଣ । ୨୦୦୦ ମସିହାରେ ୱାର୍ଣ୍ଣ ଜଣେ ମହିଳାଙ୍କୁ ମେସେଜ କରୁଥିବା ନେଇ ରିପୋର୍ଟ ଭାଇରାଲ ହୋଇଥିଲା । ୱାର୍ଣ୍ଣ ତାଙ୍କୁ ନିୟମିତ ଭାବରେ ଅଶ୍ଲୀଳ ମେସେଜ କରୁଥିବା ନେଇ ଦୁଇଟି ଛୁଆର ମା’ ଅଭିଯୋଗ କରିଥିଲେ । ଏହି ଘଟଣା ପରେ ୱାର୍ଣ୍ଣଙ୍କୁ ଉପ ଅଧିନାୟକ ପଦରୁ ବରଖାସ୍ତ କରାଯାଇଥିଲା ।

ଲୌରା ସେୟର୍ସ: ଲୌରା ସେୟର୍ସ ନାମକ ଆଉ ଜଣେ ମହିଳାଙ୍କ ସହିତ ୱାର୍ଣ୍ଣଙ୍କ ସମ୍ପର୍କ ବିବାଦ ଘେରରେ ରହିଥିଲା । ଲୌରା ଓ କେଭିନ ପିଟରସନଙ୍କ ସହିତ ଫୋରସମ ସେକ୍ସ କରିଥିବା ନେଇ ଅଭିଯୋଗ ଆସିଥିଲା । ୱାର୍ଣ୍ଣ ବିବାହିତ ଏବଂ ଦୁଇଟି ସନ୍ତାନ ରହିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ତେବେ ସମସ୍ତେ ଏହି ଘଟଣାକୁ ଅସ୍ୱୀକାର କରିବା ସହିତ ଏହା ପରଦା ପଛରେ ରହିଯାଇଥିଲା ।

ଡିଭୋର୍ସ ଓ ପର୍ଣ୍ଣଷ୍ଟାରଙ୍କ ସହିତ ସମ୍ପର୍କ: ୱାର୍ଣ୍ଣ ସର୍ବଦା ମହିଳାଙ୍କ ସହିତ ସମୟ ଅତିବାହିତ କରିବାକୁ ପସନ୍ଦ କରୁଥିଲେ । ସେ ନିଜ ଜୀବନ କାଳ ମଧ୍ୟରେ ୧୦୦୦ରୁ ଅଧିକ ମହିଳାଙ୍କ ସହିତ ଶୋଇଥିବା ଭଳି ବିସ୍ଫୋରକ ଖୁଲାସା ମଧ୍ୟ କରିଛନ୍ତି । ତେବେ ୨୦୦୭ରେ ୱାର୍ଣ୍ଣଙ୍କ ପତ୍ନୀ ତାଙ୍କୁ ଡିଭୋର୍ସ ଦେଇଥିଲେ । ଅନ୍ୟ ଜଣେ ମହିଳା ବାନ୍ଧବୀଙ୍କୁ ପଠାଇବାକୁ ଥିବା ମେସେଜ ୱାର୍ଣ୍ଣ ଭୁଲବଶତଃ ନିଜ ପତ୍ନୀଙ୍କୁ ପଠାଇ ଦେଇଥିଲେ । ଏହି ଘଟଣା ପରେ ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ପରେ ଉଭୟ ପୁନର୍ବାର ଏକାଠି ରହିବାକୁ ପ୍ରୟାସ କରିଥିଲେ ମାତ୍ର ତାହା କାର୍ଯ୍ୟକାରୀ ହୋଇନଥିଲା । ଡିଭୋର୍ସ ପରେ ୱାର୍ଣ୍ଣ ବ୍ରିଟିଶ ଅଭିନେତ୍ରୀ ଲିଜ ହର୍ଲିଙ୍କୁ ଡେଟ୍ କରିଥିଲେ । ଉଭୟଙ୍କ ମଧ୍ୟରେ ଏନଗେଜମେଣ୍ଟ ମଧ୍ୟ ହୋଇଥିଲା । ମାତ୍ର ଜଣେ ପର୍ଣ୍ଣଷ୍ଟାରଙ୍କ ସହିତ ୱାର୍ଣ୍ଣଙ୍କ ସମ୍ପର୍କକୁ ନେଇ ଉଭୟ ଅଲଗା ହୋଇ ଯାଇଥିଲେ ।

ଭାଲେରି ଫକ୍ସଙ୍କୁ ଆକ୍ରମଣ: ୨୦୧୭ ମସିହାରେ ପୁଣି ଥରେ ବିବାଦ ଘେରକୁ ଆସିଥିଲେ ୱାର୍ଣ୍ଣ । ଲଣ୍ଡନର ମେ ଫେୟାର କ୍ଲବରେ ୱାର୍ଣ୍ଣ ପର୍ଣ୍ଣଷ୍ଟାର ଭାଲେରୀ ଫକ୍ସଙ୍କୁ ଆକ୍ରମଣ କରିଥିଲେ । ମେ ଫେୟାରର ନାଇଟ କ୍ଲବରେ ଭାଲେରୀ ଫକ୍ସଙ୍କୁ ଆକ୍ରମଣ କରିଥିଲେ ସେନ ୱାର୍ଣ୍ଣ ।

Get real time updates directly on you device, subscribe now.