fbpx

ଆଜି ଶପଥ ନେବେ ବିଏମ୍‌ସିର ପ୍ରଥମ ନିର୍ବାଚିତ ମେୟର ଓ ୬୭ ନବନିର୍ବାଚିତ କର୍ପୋରେଟର ; ଡେପୁଟି ମେୟର ନିର୍ବାଚନ ପାଇଁ ଚାଲିଛି କସରତ

ଭୁବନେଶ୍ୱର (ଓଡିଶା ଭାସ୍କାର): ଆଜ ଭୁବନେଶ୍ବର ମହାନଗର ନିଗମର ପ୍ରଥମ ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ ସମେତ ୬୭ କପୋର୍ଟର ଶପଥ ଗ୍ରହଣ କରିବେ। ବିଏମ୍‌ସି ସ୍ବତନ୍ତ୍ର ସମ୍ମିଳନୀ କକ୍ଷରେ ସକାଳ ସାଢ଼େ ୯ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ସୂଚନା ମୁତାବିକ, ନୂଆ ମେୟର ଓ କର୍ପୋରେଟରମାନଙ୍କୁ ସ୍ୱାଗତ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ସକାଳ ସାଢେ ୯ଟାରେ ପ୍ରଥମେ ଶପଥ ଗ୍ରହଣ ଉତ୍ସବ ହେବ । ପୌର ପ୍ରଶାସକ ନିର୍ଦ୍ଦେଶକ ଜି.ମାଥିଭାଥନାନ୍‌ ମେୟର ଓ ସମସ୍ତ କର୍ପୋରେଟରଙ୍କୁ ଶପଥପାଠ କରାଇବେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଏମ୍‌ସି କମିଶନର ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ରହିବେ । ବିଏମ୍‌ସିର ଦୁଇ ଅତିରିକ୍ତ କମିଶନର ଓ ସମସ୍ତ ଡେପୁଟି କମିଶନରମାନେ ବି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି । ଶପଥ ନେବା ପରେ ନୂଆ ମେୟର ତାଙ୍କ ପ୍ରକୋଷ୍ଠକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପରେ ଦିନ ୧୦ଟାରେ ଡେପୁଟି ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଡେପୁଟି ମେୟର ନିର୍ବାଚନ ଅଧିକାରୀ ଭାବେ ଜି.ମାଥିଭାଥନାନ୍‌ ଏହାକୁ ପରିଚାଳନା କରିବେ । ୧୦ଟାରୁ ୧୧ଟା ଯାଏ ନାମାଙ୍କନ ଦାଖଲ ପାଇଁ ସମୟ ଦିଆଯାଇଛି । ୧୧ଟାରୁ ୧୨ଟା ଯାଏ ଘଣ୍ଟାଏ ଭିତରେ ନାମାଙ୍କନ ପ୍ରତ୍ୟାହାର କରି ହେବ । ଏହା ପରେ ନିର୍ବାଚନ ଆରମ୍ଭ ହେବ । କିନ୍ତୁ ଯଦି କେବଳ ଜଣେ ପ୍ରାର୍ଥୀ ନାମାଙ୍କନ କରିବେ ତା ହେଲେ ନିର୍ବାଚନ ହେବନି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ଡେପୁଟି ମେୟର ପ୍ରାର୍ଥୀ ।

 

 

Get real time updates directly on you device, subscribe now.