fbpx

କୋଭିଡ ହସ୍ପିଟାଲର ହେଲ୍ପଲାଇନ ନମ୍ବର ଜାରି କଲା ବିଏମସି

ଭୁବନେଶ୍ୱର,୨୨/୦୪: ରାଜଧାନୀ ଭୁବନେଶ୍ୱରରେ ଥିବା ୩ଟି ଜୋନର ୬୭ ୱାର୍ଡ ପାଇଁ ୩୯ ଟି ରାପିଡ ରେସ୍ପନ୍ସ ଟିମ ଗଠନ କରାଯାଇଛି । ଏହି ଟିମ ଘରକୁ ଘର ଯାଇ  କୋଭିଡ -୧୯ର ସଂକ୍ରମଣ ଯାଞ୍ଚ କରୁଛନ୍ତି । ତେବେ ଆଜି ବିଏମସି କୋଭିଡ ହସ୍ପିଟାଲର ହେଲ୍ପଲାଇନ ନମ୍ବର ଜାରିକରିଛି ।


ବିଏମସି ଏହାର ଟ୍ୱିଟରେ କହିଛି ଏହାଦ୍ୱାରା ପରିବାର ଲୋକ ଯଦି ସେମାନଙ୍କର କେହି ପରିବାର ସଦସ୍ୟ କୋଭିଡ ହସ୍ପିଟାଲରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି ସେମାନେ ଏହା ମାଧ୍ୟମରେ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିପାରିବେ ।
ଏହା ସହ ରୋଗୀଙ୍କ ସୁବିଧା ପାଇଁ ସ୍ପୋଶଲ କୋଭିଡ-୧୯ ଆମ୍ବୁଲାନ୍ସ ସଂଖ୍ୟା ୧୮ ରୁ ୨୮କୁ ବୃଦ୍ଧି କରିଛନ୍ତି ।
ଏହା ସହ ରୋଗୀଙ୍କର ଉଚିତ୍ ଚିକିତ୍ସା ପାଇଁ ହସ୍ପିଟାଲ ମାନଙ୍କରେ ବେଡ ଏବଂ ଅକ୍ସିଜେନ ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

 

Get real time updates directly on you device, subscribe now.