fbpx
BJD SKY
BJD SKY

ଦୁବୃର୍ତ୍ତ ନିକଟରେ ଅନ୍ତରଙ୍ଗ ଫଟୋ, ଭାଇରାଲ୍ ଭୟରେ ପ୍ରେମୀ ଯୁଗଳ

BJD

ପୁରୀ ୨୨ ।୪ (ଓଡିଶା ଭାସ୍କର) : ପ୍ରେମୀ ଯୁଗଳଙ୍କ ପାଇଁ ଏକୁଟିଆ ବସିବା ହେଲା କାଳ । ଏକୁଟିଆ ବସିଥିବା ବେଳେ କିଛି ଜଣ ଦୁବୃର୍ତ୍ତ ଆସି ପ୍ରେମୀକଙ୍କ ସାମ୍ନାରେ ପ୍ରମୀକାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ । ଏଭଳି ଘଟଣା ଘଟିଛି ତାଳବଣିଆ ଇନଡୋର୍ ଷ୍ଟାଡିୟମ ନିକଟ ଜଙ୍ଗଲ ରାସ୍ତାରେ । ସୂଚନା ଅନୁସାରେ ପ୍ରେମୀ ଯୁଗଳ ନିଛାଟିଆ ଜଙ୍ଗଲ ରାସ୍ତାରେ ବସିଥିବା ବେଳେ ୩ ଜଣ ଦୁବୃର୍ତ୍ତ ଆସି ପ୍ରେମୀକଙ୍କ ସମ୍ମୁଖରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଲାଗି ଚେଷ୍ଟା କରିଥିଲେ । ତେବେ ସେଥିରେ ବିଫଳ ହେବାରୁ ପ୍ରେମୀ ଯୁଗଳଙ୍କୁ ମାଡ ମାରିବା ସହ ସେମାନଙ୍କର ଅର୍ଦ୍ଧ ଉଲଗ୍ନ ଫଟୋ ଉଠାଇ ନେଇ ଫେରାର ହୋଇ ଯାଇଥିଲେ ଦୁବୃର୍ତ୍ତ । ଖାଲି ସେତିକି ନୁହଁ ଫଟୋ ଭାଇରାଲ୍ କରିଦେବା ଧମକ ଦେଇ ସେମାନଙ୍କ ପାଖରେ ଥିବା ଟଙ୍କା ଓ ମୋବାଇଲ୍ ଲୁଟି ନେଇ ଚମ୍ପଟ ମାରିଥିଲେ ।

ଘଟଣା ଘଟିବା ପରେ ସ୍ଥାନୀୟ କିଛି ଯୁବକ ସେଠାରୁ ସେମାନଙ୍କୁ ଉଦ୍ଧାର କରିଥିଲେ । ଯୁବକମାନଙ୍କ ଉଦ୍ୟମରେ ୩ ଜଣ ଦୁବୃର୍ତ୍ତଙ୍କ ମଧ୍ୟରୁ ଜଣେ ଧରା ପଡିଥିବାଳ ବେଳେ ତାଠାରୁ ଲୁଟ୍ ହୋଇଥିବା ମୋବାଇଲ ମଧ୍ୟ ମିଳିଛି । ଏହି ଅଭିଯୁକ୍ତର ଘର ସିଦ୍ଧମହାବୀର ଅଞ୍ଚଳରେ ହୋଇଥିବାବେଳେ ସେ ଜଣେ କୁଖ୍ୟାତ ଅପରାଧୀ ବୋଲି ଜଣାପଡିଛି । ବର୍ତ୍ତମାନ ଯାଏ ମୁଖ୍ୟ ଅଭିଯୁକ୍ତ ଧରାପଡି ନଥିବା ବେଳେ ସେମାନଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ଭାଇରାଲ୍ ହେବା ନେଇ ସମ୍ଭାବନା ରହିଛି । ଏହାକୁ ନେଇ ପ୍ରେମୀ ଯୁଗଳ ଏବେ ଚିନ୍ତାରେ ରହିଛନ୍ତି । ଯୁବତୀ ଜଣଙ୍କ ଅନୁରୋଧ କ୍ରମେ ପ୍ରେମିକ ଜଣଙ୍କ ଏବେଯାଏ ଥାନାରେ ଏତଲା ଦେଇନାହାଁନ୍ତି । ସେପଟେ ଘଟଣାସ୍ଥଳ ପରିଦର୍ଶନ କରି ପୋଲିସ ଫେରିଥିଲେ ସୁଦ୍ଧା ଥାନାରେ ଅଭିଯୋଗ ହୋଇ ନଥିବାରୁ ଘଟଣାର କୌଣସି ପ୍ରକାର ତଦନ୍ତ କରିପାରୁ ନାହିଁ ।

Get real time updates directly on you device, subscribe now.