fbpx

ଅକ୍ସିଜେନ ପାଇଁ ଆଗକୁ ଆସିଲା ଦେଶର କର୍ପୋରେଟ ଜଗତ , ଟାଟା ରିଲାଏନ୍ସ ପରେ ଏବେ ଏହି କଂପାନୀ କଲା ଅକ୍ସିଜେନ ନିର୍ମାଣରେ ସହଯୋଗ

ନୂଆ ଦିଲ୍ଲୀ,୨୨/୦୪: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ଅନେକ ରାଜ୍ୟରେ ମେଡିକାଲରେ ଅକ୍ସିଜେନର ଅଭାବ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଦେଶର କର୍ପୋରେଟ ଜଗତ ଅକ୍ସିଜେନର ଅଭାବ ଦୂରେଇବା ପାଇଁ ଆଗକୁ ଆସୁଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜର ରିଫାଇନାରୀରେ ମେଡିକାଲ ଅକ୍ସିଜେନର ନିର୍ମାଣ କରୁଛି ସେହିଭଳି ଟାଟା ଗ୍ରୁପ ଅକ୍ସିଜେନକୁ ନେବା ଆଣିବା ପାଇଁ କ୍ରାୟୋଜେନିକ ଟ୍ୟାଙ୍କରର ଯୋଗାଇବା ପାଇଁ ଘେଷଣା କରିଛି । ଏବେ ଏହି ପରିସ୍ଥିତିରେ ଏକ କାର ନିର୍ମାତା କଂପାନୀ ଆଗକୁ ଆସିଛି ।
ଏମଜି ମୋଟରର ଦେବନନ୍ଦନ ଗ୍ୟାସ ସହ ଚୁକ୍ତି:
ଦେଶରେ ମେଡିକାଲ ଅକ୍ସିଜେନର ଅଭାବ ଦେଖାଦେଇଛି । ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଳୀ ଭଳି ରାଜ୍ୟରେ ଏହାର ଅଭାବ ପରିଳକ୍ଷିତ ହୋଇଛି । ଏହାରି ମଧ୍ୟରେ ଅଟୋ କଂପାନୀ ଏମଜି ମୋଟର ଇଣ୍ଡିଆ ଭଦୋଦରାର ଦେବନନ୍ଦନ ଗ୍ୟାସ ସହିତ ଚୁକ୍ତି କରିଛି । ଦୁଇ କଂପାନୀ ମିିଳିତ ଭାବରେ ମେଡିକାଲ ଅକ୍ସିଜେନ ତିଆରି କରିବେ ।
ଏମଜି ମୋଟର ଇଣ୍ଡିଆ ର ସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ ରାଜୀବ ଚାବା କହିଛନ୍ତି, “କୋଭିଡ ୧୯ ମହାମାରୀ ଠାରୁ ଲଢିବା ପାଇଁ ଉଦ୍ୟମ ପାଇଁ କଂପାନୀ ପ୍ରତିଶ୍ରୁତିବଦ୍ଧ । ସମାଜର ଧ୍ୟାନ ରଖିବା ସହିତ କଂପାନୀ ଅକ୍ସିଜେନର ଉତ୍ପାଦନ ବଢାଉଛି ଏବଂ କଂପାନୀ ଯଥା ସମ୍ଭବ ସମର୍ଥନ କରିବ ।”
ସେ କହିଛନ୍ତି ପୂର୍ବବର୍ଷ କରୋନା ସମୟରେ ମଧ୍ୟ ସେମାନେ ଏହା ଚେଷ୍ଟା କରିଥିଲେ । ଗତ ବର୍ଷ ମହାମାରୀ ସମୟରେ ଦେଖାଦେଇଥିବା ଭେଣ୍ଟିଲେଟରର ଅଭାବ ସମୟରେ ଭଦୋଦରାର ନିର୍ମାତା କଂପାନୀ ଭେଣ୍ଟିଲେଟର ତିଆରି କରିଥିଲେ । ଏବେ ଆମେ ଅକ୍ସିଜେନ ଉତ୍ପାଦନ ବଢାଇବା ଉପରେ ଧ୍ୟାନ ଦେଉଛୁ । ଆମେ କଂପାନୀ ସହ ମିଶି ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ଦେଉଛୁ ଆଗାମୀ ସପ୍ତାହ ମଧ୍ୟରେ ଉତ୍ପାଦନ ୨୫ % ବଢିବ । ଆଗକୁ ଏହାକୁ ୫୦% ବଢାଇବାର ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.