fbpx

ବିଏମସିର ଚେତାବନୀ, ନିୟମ ନମାନିଲେ ପୁଣି ସିଲ ହେବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର, ୧୭ା୬(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂ ନିୟମ ଉଲ୍ଲଙ୍ଘନ କରିଥିବାରୁ ସିଲ୍ ହୋଇଥିଲା । କିନ୍ତୁ ଆଜିଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ମାର୍କେଟ ବିଲ୍ଡିଂରେ ଡ଼େପୁଟି କମିସନର ପହଞ୍ଚି ବ୍ୟବସାୟୀଙ୍କ ସହ ଆଲୋଚନା କରିବା ପରେ ସର୍ତ୍ତମୂଳକ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ସୂଚନା ରହିଛି । ସାମାଜିକ ଦୂରତାକୁ ବଜାୟ ରଖିବାକୁ ପ୍ରାଥମିକତା ଦିଆଯିବ । ସାମାଜିକ ଦୂରତା ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆଇନ ଯଦି ଅମାନ୍ୟ କରିବେ ତେବେ ପୁଣିଥରେ ମାର୍କେଟ ବିଲ୍ଡିଂକୁ ସିଲ୍ କରାଯିବ । ଏଥି ସହିତ ଟ୍ରେଡ଼ ଲାଇସେନ୍ସ ମଧ୍ୟ କ୍ୟାନସେଲ କରାଯିବ ।

Get real time updates directly on you device, subscribe now.