fbpx

BMW CE 04: ଫାଷ୍ଟ ଲୁକ୍ ରିଲିଜ୍ କଲା କମ୍ପାନୀ

Advertisement

ନୂଆଦିଲ୍ଲୀ: ବିଏମଡବ୍ଲ୍ୟୁ ବୁଧବାର ଏହାର ନୂଆ ଇଲେକ୍ଟ୍ରିକ ଟୁ-ହ୍ୱିଲରକୁ ଉନ୍ମୋଚନ କରିଛି । ଏହି ଟୁ-ହ୍ୱିଲର ସହରୀ ଅଞ୍ଚଳରେ ଚାଲିବା ପାଇଁ ଖାସ ଭାବରେ ଡିଜାଇନ କରାଯାଇଛି । ଏହି ଇ-ସ୍କୁଟର ଇଲେକ୍ଟ୍ରିକ ସ୍କୁଟରରେ ଏକ ନୂତନ ଅଧ୍ୟାୟ ଆଣିବାକୁ ଯାଉଛି । ବିଏମଡବ୍ଲ୍ୟୁ ସିଇ ୦୪ ଉପରେ ବର୍ତ୍ତମାନ କାର୍ଯ୍ୟ ଜାରି ରହିଛି  । ୨୦୧୭ରେ ମୋଟୋରାଡ କନସେପ୍ଟ ଲିଙ୍କ ଏବଂ ପରେ ୨୦୨୦ର ମୋଟୋରାଡ ଡେଫିନେସନ ଭାବରେ ସିଇ ୦୪କୁ ଦର୍ଶାଯାଇଥିଲା । ଭବିଷ୍ୟତରେ ବିଏମଡବ୍ଲ୍ୟୁ ମୋଟାରାଡ ମଡେଲର ସମସ୍ତ ଗାଡ଼ି ସଂପୂର୍ଣ୍ଣ ଭାବରେ ଇଲେକ୍ଟ୍ରିକ ଚାଳିତ ହେବା ନେଇ ସିଇଓ ଅଲିଭର ଜିପସୀ କହିଛନ୍ତି ।

ଏହି ଇ-ସ୍କୁଟରରେ ହାରାହାରି ଆଉଟପୁଟ ରହିଛି 31 kW(42hp), ଯାହାର ଟପ୍ ସ୍ପିଡ ରହିଛି 120 km/h । କମ୍ପାନୀ ତରଫରୁ କୁହାଯାଇଛି BMW CE 0 ରୁ 50 km/h ସ୍ପିଡରେ ପହଞ୍ଚିବାକୁ ମାତ୍ର ୨.୬ ସେକେଣ୍ଡରେ ସମୟ ଲାଗେ । 60.6Ah(8.9 kWh)ର ବ୍ୟାଟେରୀ ରହିଛି ଯାହା ୧୩୦ କିମି ପର୍ଯ୍ୟନ୍ତ ଯାଇପାରେ । ଏଥିରେ ବ୍ୟବହୃତ ଲିଥିୟମ ଆୟନ ବ୍ୟାଟେରୀ ସଂପୂର୍ଣ୍ଣ ଚାର୍ଜ ହେବା ପାଇଁ ୪ରୁ ସାଢ଼େ ଚାରି ଘଣ୍ଟାର ସମୟ ଲାଗିଥାଏ । ତେବେ କ୍ୱିକ ଚାର୍ଜର ଦ୍ୱାରା ଏହାକୁ ୧ ଘଣ୍ଟା ୪୦ ମିନିଟ ପର୍ଯ୍ୟନ୍ତ କମାଯାଇପାରିବ । ଏହି ସ୍କୁଟରରେ ୧୦.୨୪’’ ର ଟିଏଫଟି ଡିସପ୍ଲେ ରହିଛି  । ଏହାସହ ମ୍ୟାପ, ଚାର୍ଜିଂ ପୋର୍ଟ ମଧ୍ୟ ରହିଛି । ‘ECO’ ‘RAIN’ ଏବଂ ‘ROAD’ ପରି ତିନୋଟି ଭାରିଆଣ୍ଟରେ ଉପଲବ୍ଧ ହେବା CE 04 । ଏହାର ଦାମ ୧୨ହଜାର ଡଲାରରୁ ଆରମ୍ଭ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.