fbpx

ଝେଲମ ନଦୀରେ ବୁଡ଼ିଲା ଡଙ୍ଗା; ୪ ମୃତ୍ୟୁ ୩ ଗୁରୁତର, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଶ୍ରୀନଗର: ଶ୍ରୀନଗରରେ ବଡ଼ ଅଘଟଣ । ଝେଲମ ନଦୀରେ ଡଙ୍ଗା ବୁଡ଼ିବା ଘଟଣା ସାମ୍ନାକୁ ଆସିଛି । ଏହି ଅଭାବନୀୟ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ୧୦ ଜଣ ସ୍କୁଲ ଛାତ୍ରଙ୍କ ସମେତ ଅନେକ ଯାତ୍ରୀଙ୍କୁ ନେଇ ନଦୀରେ ଯାଉଥିବା ସମୟରେ ଡଙ୍ଗାଟି ଓଲଟି ପଡ଼ିଥିଲା । ଅନେକ ଲୋକ ନିଖୋଜ ଥିବାବେଳେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସେଡିଆରଏଫ୍ ଟିମର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାରୁ ପ୍ରକାଶ ମଙ୍ଗଳବାର ଶ୍ରୀନଗରର ଗାନ୍ଦେରବାଲ ନøଗାମ ଅଞ୍ଚଳର ଝେଲମ ନଦୀରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯିବା କାରଣରୁ ଏଥିରେ ଥିବା ୧୦ରୁ ୧୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ଅନେକ ଲୋକ ନିଖୋଜ ଅଛନ୍ତି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଶ୍ରୀନଗରର ଏସଏମ୍‌ଏଚ୍‌ଏସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏସଏମ୍‌ଏଚ୍‌ଏସ୍ ଅଧୀକ୍ଷକ ମୁଜାଫର ଜରଗର ସୂଚନା ଦେଇଛନ୍ତି । ଜାମ୍ମୁ କାଶ୍ମୀର ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷଙ୍କ କହିବାନୁଯାୟୀ ଚାଲିଥିବା ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମକୁ ନିୟୋଜିତ କରାଯାଇଛି । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ଦେଖାଦେଇଥିଲା । ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ କାଶ୍ମୀରରେ ଝେଲମ ସମେତ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି ।

Get real time updates directly on you device, subscribe now.