fbpx

Bank of Baroda Recruitment: ଏହି ପଦବୀ ଲାଗି ପ୍ରାର୍ଥୀ ଆହ୍ୱାନ, ଜାଣନ୍ତୁ କେତେ ରହିଛି ଦରମା ଓ ଅନ୍ୟାନ୍ୟ ଡିଟେଲ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କରେ ଚାକିରୀର ସନ୍ଧାନରେ ଥିଲେ ଏହି ଖବର ଆପଣଙ୍କ ପାଇଁ । ବ୍ୟାଙ୍କ ଅଫ୍ ବରୋଦା ମ୍ୟାନେଜର ପଦରେ ନିଯୁକ୍ତି ଲାଗି ଯୋଗ୍ୟ ପ୍ରାର୍ଥୀ ଆହ୍ୱାନ କରିଛି । ଏହି ପଦରେ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ବା ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀ ୮ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ମୋଟ ପଦବୀ:
ଏହି ଭର୍ତ୍ତି ଅଭିଯାନ ଜରିଆରେ ମୋଟ ୩୮ ପଦରେ ନିଯୁକ୍ତି ଦିଆଯିବ । ଏସ୍‌ସିଙ୍କ ଲାଗି ୫ ପଦ, ଏସଟିଙ୍କ ଲାଗି ୫, ଓବିସିଙ୍କ ଲାଗି ୧୦, ଇଡବ୍ଲ୍ୟୁଏସ୍‌ଙ୍କ ଲାଗି ୩, ୟୁଆର୍ ବା ସାଧାରଣ ବର୍ଗଙ୍କ ଲାଗି ୧୮ ପଦ ରହିଛି ।
ଶିକ୍ଷାଗତ ଯୋଗ୍ୟତା: ଯେଉଁମାନେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ ଶିକ୍ଷା ଅନୁଷ୍ଠାନରୁ କୌଣସି ବି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେମାନେ ଆବେଦନ କରିପାରିବେ ।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୨୫ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଉଚିତ ।
ସାଲାରୀ: ୬୯୮୧୦ଟଙ୍କା ।
ଚୟନ ପ୍ରକ୍ରିୟା: ଅନଲାଇନ୍ ଟେଷ୍ଟ, ସାଇକୋମେଟ୍ରିକ ଟେଷ୍ଟ ଦେବାକୁ ହେବ । ଅନଲାଇନ୍ ଟେଷ୍ଟରେ ଭଲ କରିଥିବା ପ୍ରାର୍ଥୀ ସମୂହ ଚର୍ଚ୍ଚା କିମ୍ବା ସାକ୍ଷାତକାର ପାଇଁ ଡକାଯିବ ।
ଆବେଦନ ଫି’: ଜେନେରାଲ୍‌, ଓବିସି, ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ଲାଗି ଆବେଦନ ଫି’ ୬୦୦ଟଙ୍କା +ଜିଏସଟି+ଗେଟୱେ ଫି’ ରହିଛି । ସେହିପରି ଏସ୍‌ସି, ଏସ୍‌ଟି ଓ ମହିଳାଙ୍କ ଲାଗି ଫି’୧୦୦ଟଙ୍କ+ଜିଏସଟି+ ଗେଟୱେ ଫି’ ରହିଛି । ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ୍ ଦେଖନ୍ତୁ ।

Get real time updates directly on you device, subscribe now.