fbpx
BJD SKY
BJD SKY

ପୁଣି କାଳ ସାଜିଲା ଗୁଡ଼ି ସୂତା; କାଠଯୋଡ଼ି ବ୍ରିଜ୍ ଉପରେ ବେକରେ ଗୁଡ଼ିସୂତା ଲାଗି ବ୍ୟକ୍ତି ଗୁରୁତର

BJD

କଟକ: ମାଞ୍ଜା ସୂତାରେ ଗୁଡ଼ି ଉଡାଇବା ପାଇଁ ସରକାର ବ୍ୟାନ କରିଥିଲେ ବି ଏହି ନିୟମକୁ ପାଳନ କରାଯାଉ ନଥିବା ଦେଖାଯାଇଛି। ଯାହାର ପରିଣାମସ୍ବରୂପ ଅକାରଣରେ ଲୋକଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହେଉଛି। ପୁଣି ଗୁଡ଼ି ସୂତା ହେଲା କାଳ। କାଠଯୋଡ଼ି ବ୍ରିଜ୍ ଉପରେ ଜଣେ ବ୍ୟକ୍ତିଙ୍କ ବେକରେ ଗୁଡ଼ିସୂତା ଲାଗିବାରୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅକ୍ଷୟ ମହାପାତ୍ର। ସେ କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଏପରି ଅଘଟଣ ହୋଇଛି।

ଗତବର୍ଷ ଡିସେମ୍ବର୨୩ରେ କଟକରେ ଏକ ଅଘଟଣ ଘଟିଥିଲା। ରାଣୀହାଟର ପ୍ରତାପ କୁମାର ସାହୁ (୩୮) ତାଙ୍କର ଜଣେ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ଜଗତପୁରରୁ କଟକ ଅଭିମୁଖେ ଆସୁଥିଲେ। କାଳିଆବୋଦା ନିକଟସ୍ଥ ଜାତୀୟ ରାଜପଥ ଓଭରବ୍ରିଜ୍‌ ପାଖରେ ହେବା ବେଳକୁ ପ୍ରତାପଙ୍କ ବେକରେ ଗୋଟିଏ ମାଞ୍ଜାଲଗା ଗୁଡ଼ି ସୂତା ଲାଗିଥିଲା। ତୁରନ୍ତ ସେ ଗାଡ଼ି ରଖିଦେବାରୁ ବେକ ସାମାନ୍ୟ କଟିଯାଇଥିଲା। ସୂତାକୁ କାଢିବା ବେଳେ ତାଙ୍କର ବାମ ହାତ ବୁଢା ଆଙ୍ଗୁଠି କଟିଯାଇଥିଲା।

Get real time updates directly on you device, subscribe now.