fbpx
BJD
BJD SKY
BJD SKY

ଅନଲାଇନ ଠକାମୀର ଶିକାର ହୋଇଥିଲେ ତୁରନ୍ତ ଏହି ph no.ରେ କରନ୍ତୁ କଲ୍‌, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି

ନୂଆଦିଲ୍ଲୀ:ଭାରତରେ ଏବେ ଡିଜିଟାଲ ପେମେଣ୍ଟ ବହୁ ସଂଖ୍ୟାରେ ହେଉଛି । ଏହା ସହିତ ବ୍ୟାଙ୍କିଂ ଆପ୍ ଜରିଆରେ ଆକାଉଣ୍ଟ ମ୍ୟାନେଜ୍ କରାଯାଉଛି ଓ ଜରୁରୀ ଟ୍ରାନଜାକସନ କରାଯାଉଛି । କିନ୍ତୁ ଏହାଦ୍ୱାରା ସାଇବର ଠକାମୀର ବିପଦ ବଢିବାରେ ଲାଗିଛି । ଅନଲାଇନ୍ ତରିକାରେ ଲୋକଙ୍କ ଆକାଉଣ୍ଟରୁ ପଇସା ଲୁଟି ନେଉଛନ୍ତି ସାଇବର ଠକ । ଏହାକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ଏକ ନଂ ଜାରି କରାଯାଇଛି । ଯାହା ଦେଶର ସବୁ ନାଗରିକ ଜାଣି ରଖିବା ଉଚିତ । ଫଳରେ ଏପରି ଠକାମୀର ଶିକାର ହେଲେ ସେମାନେ ଏହି ନମ୍ବରକୁ ଫୋନ୍ କରି ପଇସା ଫେରସ୍ତ ପାଇପାରିବେ ।

ପ୍ରାୟତଃ ଲୋକମାନେ କୌଣସି ଭୁଲ୍ ଲିଙ୍କରେ କ୍ଲିକ୍ କରି କିମ୍ବା କୌଣସି ଭୁଲ୍ ଆପ୍ ଡାଉନଲୋଡ୍ କରିବା ଦ୍ୱାରା ସେମାନଙ୍କ ଆକାଉଣ୍ଟରୁ ପଇସା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଏ । ଯଦି ଆପଣଙ୍କ ସହ କେବେ ଏପରି ଘଟଣା ଘଟୁଛି ତେବେ ତୁରନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଫୋନ୍ ନମ୍ବରରେ ଡାଏଲ୍ କରି ଏ ବିଷୟରେ ସୂଚନା ଦିଅନ୍ତୁ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏହି ନମ୍ବର ହେଉଛି ୧୯୩୦ । ଏହି ନମ୍ବରକୁ ସେହି ନମ୍ବରରୁ କଲ୍ କରନ୍ତୁ ଯାହା ସହିତ ଆପଣଙ୍କ UPI ID ବା ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ରହିଛି । ଏହି ନମ୍ବର ସିଟିଜେନ୍ ଫାଇନାନ୍ସିଆଲ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ସହ ଜଡିତ । ଏହି ନମ୍ବରରେ କଲ୍ କରିବା ଦ୍ୱାରା ଆପଣଙ୍କୁ ଫ୍ରଡ୍ ସହ ଜଡିତ ସମସ୍ତ ସୂଚନା ଦେବାକୁ ହେବ ।

ଧ୍ୟାନ ରଖନ୍ତୁ କି ଏଠାରେ କେହି ଆପଣଙ୍କୁ ATM Pin କିମ୍ବା ନେଟ୍ ବ୍ୟାଙ୍କିଂ ପରି ତଥ୍ୟ ମାଗିବେ ନାହିଁ । ଏହା ସହିତ ଏପରି ସୂଚନା ଆପଣ କାହା ସହ ସେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.