fbpx
BJD
BJD SKY
BJD SKY

ପୁଣି ଓଟିଟି ପ୍ଲାଟଫର୍ମରେ ରାଜ କରୁଛନ୍ତି ବଲିଉଡର ଚକଲେଟ ବୟ ବବି ଦେଓଲ

BJD

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ନିଜ ଜଲୱା ଦେଖାଇ ଚାଲିଛନ୍ତି ବଲିଉଡର ଚକଲେଟ ହିରୋ ବବି ଦେଓଲ । ନୂଆ ଚଳଚ୍ଚିତ୍ରର ଏକ ଫଟୋ ଶେୟର କରିବାର କିଛି ସମୟ ମଧ୍ୟରେ ଏହା ଖୁବ ଭାଇରାଲ ହୋଇଥିଲା । ବବିଙ୍କର ଏହି ଜବରଦସ୍ତ ଲୁକରେ ଫିଦା ହୋଇଛନ୍ତି ସିନେପ୍ରେମୀ ।

Love Hostel: Bobby Deol Debuts Never-Before-Seen Avatar For Vikrant  Massey-Sanya Malhotra's Drama

ବିକ୍ରାନ୍ତ ମୈସୀ ଏବଂ ସାନିଆ ମଲହୋତ୍ରାଙ୍କ ସହିତ ନିର୍ମାଣ ହେଉଛି ନୂଆ ମୋଭି ‘ଲଭ ହଷ୍ଟେଲ’ । ସୋଶଲ ମିଡିଆରେ ଏହି ଫିଲ୍ମର ପ୍ରଥମ ଲୁକ ଶେୟର କରିଥିଲେ ବବି । ଏହାପରେ ପ୍ରଶଂସକଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ । କଳାରଙ୍ଗର କୋଟ ସହ ଦାଢିରେ ନଜର ଆସିଛନ୍ତି ବବି । ଏଥିସହ ତାଙ୍କର ଏକ ପାଖରେ ଛୁରୀ ମଧ୍ୟ ରହିଛି । ତେବେ ଏହି ଲୁକକୁ ଦେଇ ଏହା ଜଣାପଡୁଛି ଯେ ବବି ଏହି ‘ଲଭ ହଷ୍ଟେଲ’ଚଳଚ୍ଚିତ୍ରରେ ଏକ ଭୟଙ୍କର ରୋଲରେ ନଜର ଆସିପାରନ୍ତି ।

Bobby Deol, Vikrant Massey's 'Love Hostel' to be out on February 25

ଏହି ଚଳଚ୍ଚିତ୍ରଟି ଫେବୃୟାରୀ ୨୫ରେ ରିଲିଜ ହେବାକୁ ଥିବା ବେଳେ ଏହାର ପ୍ରଥମ ଲୁକ ଶେୟର କରିଛନ୍ତି ବବି । ଯାହା ଲୋକମାନଙ୍କୁ ଖୁବ ପସନ୍ଦ ଆସିଛି । ବବିଙ୍କ ସହ ପିଲ୍ମରେ ବିକ୍ରାନ୍ତ ମୈସୀ ଏବଂ ସାନିଆ ମଲହୋତ୍ରା ମଧ୍ୟ ନଜର ଆସିବେ । ତେବେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନେଇଛନ୍ତି ଶଙ୍କର ରମନ ।

Get real time updates directly on you device, subscribe now.