fbpx

ପଞ୍ଚାୟତ ନିର୍ବାଚନ ପୂର୍ବରୁ Voter-Idରେ ନାଁ ବଦଳେଇବା ପାଇଁ ଚିନ୍ତିତ କି? ସହଜ ଉପାୟରେ ଅପଡେଟ୍ କରନ୍ତୁ

ନୂଆଦିଲ୍ଳୀ: ଆଗକୁ ଆସୁଛି ନିର୍ବାଚନୀ ଋତୁ । ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ୫ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ସମୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟର ଆଇଡି ଆବଶ୍ୟକ । ତେବେ ଯଦି ଭୋଟର ଆଇଡିରେ ଆପଣଙ୍କ ନାମ ଓ ଠିକଣା ଭୁଲ ହୋଇଥାଏ ତେବେ ଏହାକୁ କିଭଳି ସଂଶୋଧନ କରିବେ । ଆପଣ ଉଭୟ ଅନଲାଇନ ଓ ଅଫଲାଇନ ପ୍ରକ୍ରିୟାରେ ଏହି ସଂଶୋଧନ କରିପାରିବେ ।

ଏହି ପ୍ରକ୍ରିୟା ପାଇଁ ସରକାରଙ୍କ ୱେବସାଇଟhttps://www.nvsp.in/ କୁ ଯିବାକୁ ପଡିବ । ଏହି ଲିଙ୍କରେ କ୍ଲିକ୍ କରିବା ପରେ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ଲଗ ଇନ୍ କରିବା ସହିତ ମାଇଗ୍ରେସନ ବିକଳ୍ପ ଚୟନ କରନ୍ତୁ । ଯଦି ନିଜ କାର୍ଡରେ ଆଡ୍ରେଶ ବଦଳେଇବାର ଥାଏ ତା ହେଲେ ସେଲ୍ଫ ଅଥବା ଫ୍ୟାମିଲି ଚୟନ କରିବାକୁ ପଡିବ । ଏହାପରେ ଆପଣ ନିଜର ନାମ ଓ ଠିକଣା ପରିବର୍ତ୍ତନ କରିପାରିବେ ।

ଭୋଟରମାନେ ଯେକୌଣସି ସଂଶୋଧନ ବିଏଲଓଙ୍କ ମାଧ୍ୟମରେ କରିପାରିବେ । ତେବେ ଭୋଟର ଲିଷ୍ଟରେ ତ୍ରୁଟି ସୁଧାରିବା ଓ ଯୋଡିବାକୁ ୩ଟି ଡକ୍ୟୁମେଣ୍ଟ ଆବଶ୍ୟକ । ଜନ୍ମ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ ଓ ନିଜର ଫଟୋ ଆବଶ୍ୟକ ହୋଇଥାଏ । ପ୍ରଥମେ ଭୋଟର ତାଲିକା ଚେକ୍ କରି ନିଜର ନାଁକୁ ଦେଖି ନିଅନ୍ତୁ । ପରେ ଇ-କ୍ୟାମ୍ପେନରେ ନିଜ ନାଁ ଦେଇ ନୂଆ ଭୋଟର ତାଲିକା କରିପାରିବେ । ଫର୍ମ-୬ ନାଁ ଯୋଡ଼ିବା, ଫର୍ମ-୭- ନାଁ କାଟିବା ପାଇଁ ବ୍ୟବହାର କରନ୍ତୁ । ଭୋଟର ତାଲିକାରେ ସଂଶୋଧନ କରିବାକୁ ଫର୍ମ-୮ ପୂରଣ କରନ୍ତୁ । ସ୍ଥାନ ପରିବର୍ତ୍ତନ କରିଥିଲେ ଫର୍ମ-୮ଇ ପୂରଣ କରି ସଠିକ୍ କରିନିଅନ୍ତୁ । ଉଭୟ ଅଫଲାଇନ ଏବଂ ଅନ୍ଲାଇନ ମାଧ୍ୟମରେ ଆବେଦନ କରିପାରିବେ । ବ୍ଲକ ଲେଭଲ ଅଫିସରଙ୍କ ନିକଟରେ ଅଫଲାଇନ ଆବେଦନ କରିପାରିବେ ବୋଲି ସିଇଓ କହିଛନ୍ତି ।

Get real time updates directly on you device, subscribe now.