fbpx
BJD
BJD SKY
BJD SKY

ଦୀପିକା ପାଦୁକୋଣକୁ ନେଇ ପ୍ରଶ୍ନ ପଚାରିବାରୁ ରାଗିଗଲେ କଙ୍ଗନା: କହିଲେ ‘ମୁଁ ତାଙ୍କ ଫିଲ୍ମ ପ୍ରମୋଶନ ପାଇଁ ବସିନାହିଁ’

BJD

ମୁମ୍ବାଇ: କଙ୍ଗନା ରଣାଓ୍ବତ ଗୁରୁବାର ଏକତା କପୁରଙ୍କ ଅପକମିଙ୍ଗ ରିୟାଲିଟି ଶୋ ‘ଲକଅପ୍’ ର ପ୍ରମୋଶନ କରିଛନ୍ତି । କଙ୍ଗନା ଏହି ଶୋ’ର ହୋଷ୍ଟ ଭାବରେ ନଜର ଆସିବାକୁ ଯାଉଛନ୍ତି । ତେବେ ପ୍ରେସ୍ କନଫରେନ୍ସ ସମୟରେ ଯେତେବେଳେ ଜଣେ ରିପୋର୍ଟର କଙ୍ଗନାଙ୍କୁ ଦୀପିକା ପାଦୁକୋଣଙ୍କୁ ନିକଟରେ ହୋଇଥିବା ବିବାଦ ବିଷୟରେ ପଚାରିଥିଲେ, ଆଉ ଏଥିରେ ଚିଡିଯାଇଥିଲେ କଙ୍ଗନା । ଏହା ଉପରେ କଙ୍ଗନା ରିପୋର୍ଟରଙ୍କୁ ଏପରି ଉତ୍ତର ଦେଇଥିଲେ ଯାହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପ୍ରକୃତରେ ତାଙ୍କୁ ପଚରାଯାଇଥିଲା ଯେ ଦୀପିକାର ପାଦୁକୋଣଙ୍କ ପରି ମହିଳା ଏବଂ ତାଙ୍କ ବସ୍ତ୍ର ଶୈଳୀକୁ ନେଇ ଟ୍ରୋଲ କରାଯାଉଛି । ଏହା ମହିଳା ସଶକ୍ତିକରଣର ଲଢ଼େଇକୁ କେମିତି ପ୍ରଭାବିତ କରିବ । ଏହା ଉପରେ କଙ୍ଗନା କହିଥିଲେ ଯେ ‘ମୁଁ ଏଠାକୁ ସେମାନଙ୍କ ପାଇଁ କହିବାକୁ ଆସିନାହିଁ ଯେଉଁମାନେ ନିଜ ସ୍ୱର ଉଠାନ୍ତି ନାହିଁ । କଙ୍ଗନା ଆହୁରି କହିଥିଲେ ‘ଦୀପିକାଙ୍କ ପାଖରେ ନିଜ ସ୍ୱର ଅଛି, ଏକ ପ୍ଲାଟଫର୍ମ ଏବଂ ଫ୍ୟାନ୍ ଫଲୋଇଙ୍ଗ୍ସ ଅଛି । ସେ ନିଜେ ନିଜର ପକ୍ଷ ରଖିପାରିବେ । ମୁଁ ଏଠାରେ ତାଙ୍କ ଫିଲ୍ମ ପ୍ରମୋଟ କରିବାକୁ ବସିନାହିଁ ।’ କଙ୍ଗନାଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

ପ୍ରକୃତରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଫ୍ରେଡୀ ବର୍ଡୀ ଦୀପିକାଙ୍କୁ ନେଇ କମେଣ୍ଟ କରିଥିଲେ । ଦୀପିକାଙ୍କୁ ତାଙ୍କର ଛୋଟ ଡ୍ରେସକୁ ନେଇ ମଜାକ ଉଡ଼ାଇଥିଲେ । ଫ୍ରେଡୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ, ‘ବଲିଉଡର ନ୍ୟୁଟନ୍ ନିୟମ, ଯେମିତି ଯେମିତି ‘ଗେହରାଇୟାଁ’ ର ରିଲିଜ୍ ଡେଟ୍ ପାଖେଇ ଆସିବ । ଡ୍ରେସ୍ ଛୋଟ ହୋଇଚାଲିବ ।’ ଅବଶ୍ୟ ଦୀପିକା ଏହାର ଜବାବ ଦେଇ କହିଥିଲେ ‘ବୈଜ୍ଞାନିକଙ୍କ ଅନୁଯାୟୀ ବ୍ରହ୍ମାଣ୍ଡ ପ୍ରୋଟୋନ ନ୍ୟୁଟ୍ରନ ଏବଂ ଇଲେକ୍ଟ୍ରନ ଦ୍ୱାରା ତିଆରି ହୋଇଛି… କିନ୍ତୁ ସେମାନେ ମୁର୍ଖଙ୍କ ବିଷୟରେ କହିବାକୁ ଭୁଲିଯାଇଛନ୍ତି ।’

Get real time updates directly on you device, subscribe now.