fbpx

ନିଖୋଜ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର,୧୭ ।୧୦(ଓଡିଶା ଭାସ୍କର): ବଲାଙ୍ଗୀର ତୁଷୁଣା ତେଲନଦୀ ପୋଲ ଉପରୁ ୨ ଭଉଣୀ ନିଖୋଜ ଘଟଣା ମିଳିଲା ମୃତଦେହ । ୨ ଭଉଣୀଙ୍କ ମୃତ ଦେହ ଠାବ କରିଛି ପୋଲିସ । ସାନ ଭଉଣୀର ମୃତଦେହ ମିଳିବା ପରେ ବଡଭଉଣୀର ମୃତଦେହ ଉଦ୍ଧାର କରାଯାଇଛି । ବଡ ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଠାବ କରାଯାଇଥିଲା । ସେହିପରି ଆଜି ସକାଳେ ତରଭା ସିଂଘାରୀ ପଞ୍ଚାୟତ ବଡତେଣ୍ଡା ନଦୀକୂଳରୁ ସାନ ଭଉଣୀର ଆଞ୍ଚଲର ମୃତଦେହ ଉଦ୍ଧାର ହୋଇଥିଲା ।

ତେବେ ଗତ ୧୫ ତାରିଖରେ ପୂବାହ୍ନ ବେଳେ ତୁଷୁରା-ଗୁଡ଼ଭେଲା ବ୍ଲକ ରାସ୍ତାରେ ଥିବା ତେଲନଦୀ ବ୍ରିଜ୍ ଉପରୁ ପାଣିକୁ ଡେଇଁ ପଡ଼ିଥିଲେ ଦୁଇ ଭଉଣୀ । ମଧ୍ୟାହ୍ନ ସମୟରେ ୨ ଯୁବତୀ ଏକ ସ୍କୁଟିରେ ଆସି ବ୍ରିଜ ଉପରେ ପହଞ୍ଚିଥିଲେ। ଏହାପରେ ଚପଲ ରଖି ୨ ଜଣ ନଦୀକୁ ଡେଇଁ ପଡ଼ିଥିଲେ । ସମ୍ପର୍କରେ ୨ ଜଣ ଭଉଣୀ ଥିବା ବେଳେ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ଜଣାପଡିଥିଲା । ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.