ବଳି ପଡ଼ିଲା ବାକ୍ ସ୍ୱାଧୀନତା! ଭୋଟ୍ ପାଇଁ ଗଲା ଜୀବନ, ଅପହରଣ, ବଳାତ୍କାର, ହତ୍ୟା ଆଉ ତା’ପରେ…….

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କରହାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ବସ୍ତାରୁ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରିଛି ପୋଲିସ । ଯୁବତୀଙ୍କୁ ହତ୍ୟା ପୂର୍ବରୁ ବଳାତ୍କାର କରାଯାଇଥିବା ତାଙ୍କ ପରିବାର ଅଭିଯୋଗ ଆଣିଛି । ରାଜନୈତିକ ଉଦେ୍ଦଶ୍ୟ ରଖି ପ୍ରଶାନ୍ତ ଯାଦବ ନାମକ ବ୍ୟକ୍ତି ଏ ହତ୍ୟାକାଣ୍ଡ ଭିଆଇଥିବା ଚୁହାଯାଉଛି । କରହାଲ ଉପ ନିର୍ବାଚନରେ ଦଳିତ ଯୁବତୀଜଣକ ଭାଜପାକୁ ଭୋଟ୍ ଦେବାକୁ ଚାହୁଁଥିଲେ । ତାହା ଜାଣିପାରି ସମାଜବାଦୀ ପାର୍ଟିର ସମର୍ଥକ ପ୍ରଶାନ୍ତ ଏ କାଣ୍ଡ ଭିଆଇଥିବା ମୃତାଙ୍କ ଘରଲୋକ କହିଛନ୍ତି ।

ପ୍ରଚାରବେଳେ ଯୁବତୀଜଣକ ଭାଜପାକୁ ନିଜ ଭୋଟ୍ ଦେବେ ବୋଲି ସ୍ପଷ୍ଟ ଭାବେ କହିଥିଲେ । ଏ ନେଇ ପ୍ରଶାନ୍ତ ଯୁବତୀଙ୍କୁ ଧମକାଇ କହିଥିଲେ ଯେ, ଯଦି ସେ ସମାଜବାଦୀ ପାର୍ଟିକୁ ଭୋଟ ନ ଦିଅନ୍ତି ତେବେ ଭବିଷ୍ୟତରେ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ୧୯ ତାରିଖ ଦିନ ବାଇକ୍ରେ ଦୁଇଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ଉଠେଇ ନେଉଥିବାର ଦୁଇଜଣ ବ୍ୟକ୍ତି ଦେଖିଥିବା କହିଛନ୍ତି । ଘଟଣାର ପରଦିନ ହିଁ ବସ୍ତାରେ ଯୁବତୀଙ୍କ ଉଲଗ୍ନ ମୃତଦେହ ଗାଁ ନିକଟସ୍ଥ ବ୍ରିଜ ପାଖରୁ ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପରିବାର ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରା ଉଚରା କରି ଘଟଣାର ତଦନ୍ତ ଚଳାଇଛି ।