fbpx

ପରସ୍ପର ମଧ୍ୟରେ ଗୁଳିମାଡ: ୨ ଯବାନ ସହିଦ, ୨ ଗୁରୁତର

ଝାଡଖଣ୍ଡ,୧୦ ।୧୨: ଝାଡଖଣ୍ଡର ବୋକାରୋରେ ଥିବା କ୍ୟାମ୍ପରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିମାଡ ହୋଇଛି । କନେଷ୍ଟବଳଙ୍କ ଗୁଳିମାଡରେ ସହକାରୀ କମାଣ୍ଡାଣ୍ଡ ଓ ଏଏସଆଇ ମୃତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ସିଆରପିଏଫ୍ କନେଷ୍ଟବଳଙ୍କୁ ଗୁଳି କରି କାବୁ କରିଥିଲେ ସେଣ୍ଟ୍ରି ।

ଖବର ମୁତାବକ, ସିଆରପିଏଫ୍ ଯବାନ ଦୀପେନ୍ଦ୍ର ଯାଦବ କ୍ୟାମ୍ପରେ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ସିଆରପିଏଫ୍ ଅଧିକାରୀ, ଏସପି. ଏଏସପି ଅଭିୟାନଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ । ଅଭିଯୁକ୍ତ ଯବାନ ଦୀପେନ୍ଦ୍ରଙ୍କ ଛୁଟିକୁ ନେଇ ପ୍ରଥମେ ବିବାଦ ଉପୁଜିଥିଲା । ଏଥିରେ ଦୀପେନ୍ଦ୍ର ରାଗିରେ ଜର୍ଜରିତ ହୋଇ ଗୁଳିଚାଳନା କରିଥିଲେ । କମାଣ୍ଡର ସାହୁଲ ଓ ଏଏସପିଙ୍କୁ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.