fbpx

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ

ନୂଆଦିଲ୍ଲୀ,୧୦ ।୧୨: ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଏଣିକି ପଡୋଶୀ ଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ମିଳିବ । ହିନ୍ଦୁ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ପାଇବେ ସୁବିଧା । ବିଲକୁ ଜେଡୀୟୁ, ଶିବସେନା, ବିଜେଡି ଓ ପୂର୍ବତ୍ତର କିଛି ଦଳ ସମର୍ଥନ କରିବାରୁ ସରକାର ଏହି ବିଲକୁ ପାସ୍ କରାଇଛନ୍ତି । ଲୋକସଭାରେ ଏହି ବିଲ୍ ସପକ୍ଷରେ ୩୧୧ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ୮୦ଟି ଭୋଟ୍ ମିଳିଥିଲା । କାଲି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍‌ । ଗୃହରେ ୬ ଘଣ୍ଟା ଧରି ବିଲ୍‌ ଉପରେ ଆଲୋଚନା ହେବା ସମ୍ଭାବନା । ଆଜି ସଂସଦ ପରିସରରେ ବିଲ୍‌ ବିରୋଧରେ ବାମଦଳଗୁଡ଼ିକର ବିକ୍ଷୋଭ ।

ବିଲକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ‘ଏହି ବିଲ୍ ସଂଖ୍ୟାଲଘୁ ବିରୋଧୀ ନୁହେଁ । ଏହି ବିଲ ଶରଣାର୍ଥୀଙ୍କ ଯନ୍ତ୍ରଣାର ଅନ୍ତ ଘଟାଇବ ।’

ଅନ୍ୟପଟେ ନାଗରିକତା ସଂଶୋଧନ ବିଲ୍ ପାରିତ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ‘ଅନେକ ଦଳ ଓ ସାଂସଦ ଏହି ବିଲକୁ ସମର୍ଥନ କରିଛନ୍ତି । ଏହି ବିଲ ଭାରତୀୟ ମାନବିକ ମୂଲ୍ୟବୋଧ ଓ ଆତ୍ମୀୟତାର ପ୍ରତିଫଳନ ଅଟେ ।’ ଏହା ସହ ଗୃହରେ ସନ୍ଦେହ ମୋଚନ କରିଥିବାରୁ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.