fbpx

ସୂଚନା ଅଧିକାର କର୍ମୀଙ୍କୁ ଗୁଳି

ବାଲିଗୁଡା,୧୦ ।୧୨(ଓଡିଶା ଭାସ୍କର): କନ୍ଧମାଳ ଜିଲ୍ଲା ବାଲିଗୁଡା ପାତ୍ରସାହିରେ ଗୁଳିକାଣ୍ଡ । ଜଣେ ସୂଚନା ଅଧିକାର କର୍ମୀଙ୍କୁ ଘରୁ ଡାକିଆଣି ଗୁଳିକରି ହତ୍ୟା କରିଛନ୍ତି ୨ ଦୃବୁର୍ତ୍ତ । ଗୁରୁତର ଅବସ୍ଥାରେ ସୂଚନା ଅଧିକାରୀ ଅଭିମନ୍ୟୁ ପଣ୍ଡାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଅଭିମନ୍ୟୁଙ୍କୁ ଘର ବାହାରକୁ ଡାକି ଗୁଳି କରିବା ସହ ଫେରାର ହୋଇଯାଇଥିଲେ ୨ ଦୃବୁର୍ତ୍ତ । ଅନ୍ୟପଟେ କେଉଁ କାରଣରୁ ଏହି ଗୁଳିମାଡ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.