fbpx

ନିର୍ଭୟା ମାମଲା: ତିହାର ଜେଲକୁ ଗଲା ବିନୟ, ୧୬ରେ ହୋଇପାରେ ଫାଶୀ!

ନୂଆଦିଲ୍ଲୀ,୧୦ ।୧୨: ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲକୁ ସ୍ଥାନାନ୍ତରିତ ହୋଇଛି । ମଣ୍ଡୋଲି ଜେଲରେ ଥିବା ବିନୟକୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ତିହାର ଜେଲରେ ଥିଲେ ନିର୍ଭୟା ମାମଲାର ଅନ୍ୟ ୩ ଅଭିଯୁକ୍ତ । ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରିବା ପରେ ଫାଶୀଦଣ୍ଡ ଦିଆଯିବ । ଆବେଦନ ଖାରଜର ୧୪ ଦିନ ପରେ ଫାଶୀ ଦିଆଯିବ । ଆସନ୍ତା ୧୬ ତାରିଖରେ ଏହି ୪ ଅପରାଧୀଙ୍କୁ ଫାଶୀ ହୋଇପାରେ ବୋଲି ଜଣାପଡିଛି । ଏଥିପାଇଁ କୋର୍ଟରୁ ‘ବ୍ଲାକ୍ ୱାରେଣ୍ଟ’ ବା ‘ମୃତ୍ୟୁ ପରୱାନା ଅଣାଯିବ । ଅକ୍ଷୟ, ମୁକେଶ ଓ ବିନୟଙ୍କ ମୃତ୍ୟୁର ପରୱାନା ବି ଏକା ସାଙ୍ଗରେ ଅଣାଯିବ । ଡିସେମ୍ବର ୧୬ରେ ନିର୍ଭୟା କାଣ୍ଡକୁ ୭ ବର୍ଷ ପୁରିବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ରେ ୧୬ ତାରିଖରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ଜନୈକା ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ- ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନାମକ- ୫ ଜହ୍ଲାଦ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବାପରେ ବିଚାରପତି ଏହି ୫ ଜଣଙ୍କୁ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଥିଲେ।

Get real time updates directly on you device, subscribe now.