fbpx

ଡ୍ରାଇଭର ମୁହଁରେ ଲାଇଟ୍ ପଡିବାରୁ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ: ୫ ଗୁରୁତର, ୭ ଆହତ

କୋରାପୁଟ (ଭାସ୍କର ନ୍ୟୁଜ୍): ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଆମ୍ବିଳି ଆମ୍ବଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତ କଡ଼କୁ ଓଲଟି ପହିବାରୁ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବିକ, ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଏକ ବୋଲେରୋରେ କିଛି ଲୋକଙ୍କୁ ନେଇ କୌଣସି କାମରେ ଜୟପୁରରୁ ଦଶମନ୍ତପୁର ଯାଇଥିଲେ । ରାତିରେ ଜୟପୁର ଫେରୁଥିବା ବେଳେ ସମ୍ମୁଖରୁ ଅନ୍ୟ ଗାଡ଼ିର ଲାଇଟ୍‌ ମୁହଁରେ ପଡ଼ିବାରୁ ଡ୍ରାଇଭରଙ୍କୁ କିଛି ଦେଖାଯାଇ ନ ଥିଲା । ଏଥିଯୋଗୁଁ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ୧୨ଯାତ୍ରୀ ଆହତ ହୋଇଥିଲେ। ଏହି ଦୁର୍ଘଟଣାର ସୂଚନା ମିଳିବା ପରେଘଟଣାସ୍ଥଳ ସ୍ଥାନୀୟ ପୁଲିସ୍‌ ଯାଇ ଆହତମାନଙ୍କୁ ଉଦ୍ଧାର କରିଥିଲା । ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ୫ ଜଣଙ୍କୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ୭ ଜଣ ଆହତ ଥିବା ଜଣାପଡିଛି। ଅନ୍ୟପଟେ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.