fbpx

ପରଲୋକରେ ବଲିଉଡର ଜଣାଶୁଣା ଅଭିନେତା ଅରୁଣ ବାଲୀ: ୭୯ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ବଲିଉଡ ସିନେ ଜଗତ ପାଇଁ ଦୁଃଖଦ ଖବର । ବଲିଉଡର ଜଣାଶୁଣା ଅଭିନେତା ଅରୁଣ ବାଲିଙ୍କ ପରଲୋକ ସାରା ସିନେ ଜଗତରେ ଖେଳିଯାଇଛି ଶୋକର ଛାୟା । ଦୀର୍ଘ ଦିନ ଧରି ଅସୁସ୍ଥତା ସହ ଲଢିବା ପରେ ଆଜି ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ଅରୁଣ ବାଲୀ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ତେବେ ସୌଗନ୍ଧ, ରାଜୁ ବନଗୟା ଜେଣ୍ଟିଲ ମ୍ୟାନ, ହୀର ରାଞ୍ଝା, ଫୁଲ ଅର ଆଙ୍ଗାର, ଲଗେ ରହୋ ମୁନ୍ନା ଭାଇ, ମେରେ ଜୀବନ ସାଥୀ ଏବଂ ୩ ଇଡିଅଟସ୍ ଭଳି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ଅରୁଣ । ସେହିଭଳି ଟିଭି ସିରିଏଲ କୁମକୁମ ଏକ ପ୍ୟାରସା ବନ୍ଧନ, ଦେବୋ କି ଦେବ ମହାଦେବ ଭଳି ସିରିଏଲରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସେ ଏକ ସୁନ୍ଦର ଜାଗା ସୃଷ୍ଟ କରିପାରିଥିଲେ ।

କିନ୍ତୁ ଆଜି ସକାଳ ୪ଟା ୩୦ ରେ ଏହି ଯାତ୍ରାରେ ବିରାମଲାଗିଛି । ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ଅରୁଣ ବାଲି । ସେ ଅନେକ ଭେଟେରାନ୍ କଳାକାରଙ୍କ ସହ ମଧ୍ୟ କାମ କରିଥିଲେ । ଗତ କିଛି ମାସ ପୂର୍ବରୁ ସେ ଅସୁସ୍ଥ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ରୋଗ ସହ ଲଢୁଥିଲେ ଅରୁଣ ବାଲି । ଏହା ଏକ ଅଟୋମ୍ୟୁମ୍ୟୁନ ରୋଗ । ଶେଷରେ ଏହି ରୋଗର ପ୍ରଭାବ ଆଗରେ ହାର ମାନି ଯାଇଛନ୍ତି ଅରୁଣ । ଆଜି ତାଙ୍କ ବିୟୋଗରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.