fbpx
BJD SKY
BJD SKY

(Video) ସମୁଦ୍ର ମଝିରେ ଜଳିଗଲା ମାଛଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ମତ୍ସଜୀବୀ

BJD

ଚାନ୍ଦବାଲି: ସମୁଦ୍ରରେ ଲାଗିଲା ନିଆଁ । ଭଦ୍ରକ ଚାନ୍ଦବାଲି ବ୍ଲକ ଧାମରାର ହୁଇଲର ଦୀପ ନିକଟରେ ମାଛ ଧରୁଥିବା ବେଳେ ଫିସିଙ୍ଗ ବୋଟରେ ଅଗ୍ନିକାଣ୍ଡ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡ ପରେ ଟ୍ରଲରଟି ବୁଡିଯାଇଛି । କିନ୍ତୁ ସୌଭାଗ୍ୟବଶଃ ମେରାଇନ ପୋଲିସ ଦ୍ଵାରା ୧୦ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ଖବର ଅନୁଯାୟୀ, ଧାମରା ଦୋଷାଙ୍ଗୀ ପଞ୍ଚାୟତର ଟ୍ରଲର ମାଲିକ ସମରେଶ ପରିଡ଼ାଙ୍କ ମା ପଦ୍ମାବତୀ ନାମକ ଏକ ଟ୍ରଲରରେ ୧୦ଜଣ ମତ୍ସଜୀବୀଙ୍କୁ ନେଇ ମାଛ ଧରୁବାକୁ ଯାଇଥିଲା । ଏହି ସମୟରେ କୌଣସି କାରଣରୁ ହଠାତ୍‌ ଟ୍ରଲରଟିରେ ନିଆଁ ଲାଗିଯାଇଥିଲା । ଅଗ୍ନି ପ୍ରଖର ଥିବାରୁ ମତ୍ସଜୀବୀମାନେ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁପଡିଥିଲେ । ନିକଟରେ ଥିବା ଅନ୍ୟ ଟ୍ରଲର ଧିବରମାନେ ୧୦ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

Get real time updates directly on you device, subscribe now.