fbpx

‘ଆଦି ପୁରୁଷ’କୁ ନେଇ ବିବାଦ, ଲିଗାଲ ନୋଟିସ୍ ଦେଲା ସବ ବ୍ରାହ୍ମଣ ମହାସଭା, ଖପ୍ପା ହୋଇଗଲେ ମୁକେଶ ଖାନ୍ନା

ମୁମ୍ବାଇ: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ନେଇ ବିବାଦ ଦିନକୁ ଦିନ ବଢିବାର ଲାଗିଛି । ଫିଲ୍ମ ରିଲିଜ ପୂର୍ବରୁ ହିଁ ଏହାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି । ଗତ କିଛିଦିନ ପୂର୍ବରୁ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହୋଇଥିଲା । ତେବେ ଅଯୋଧ୍ୟାରେ ପ୍ରଭାସ, ସୈଫଅଲି ଖାନ୍ ,କ୍ରିତି ସାନନ ଓ ନିର୍ଦ୍ଦେଶକ ଓମ୍ ରାଉତଙ୍କୁ ନେଇ ଫିଲ୍ମ ‘ଆଦି ପୁରୁଷ’ର ଟିଜର ଲଞ୍ଚ ହୋଇଥିଲା । ଏଥିରେ ରାମ ଭୂମିକାରେ ସାଉଥ୍ ହିରୋ ପ୍ରଭାସ ଅଭିନୟ କରିଥିବା ବେଳେ ରାବଣ ଭୂମିକାରେ ସୈଫ୍ ଅଲ୍ଲି ଖାନ୍, ଏବଂ ସୀତା ଭାବେ କ୍ରିତି ସାନନ ଅଭିନୟ କରିଛନ୍ତି ।

ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାକୁ ଅନେକ ଲୋକ ନାପସନ୍ଦ କରିଥିବା ଦେଇବାକୁ ମିଳିଛି । ମହାଭାରତରେ ପିତାମହ ଭୀଷ୍ମ ଭୂମିକାରେ ଅଭିନୟ କରିଥିବା ମୁକେଶ ଖାନ୍ନା ଏହି ଟିଜର ଦେଖି ଏହାକୁ ସେ ଗ୍ରହଣ କରି ପାରୁ ନାହାନ୍ତି । ସେଥିପାଇଁ ସେ କହିଛନ୍ତି ଯେ ରାମାୟଣର ଚରିତ୍ର ବଦଳାଇବା କାହାର ଅଧିକାର ନୁହେଁ । କାରଣ ଏହି ରାମାୟଣ ସହିତ ଭାରତବାସୀଙ୍କ ଆବେଗ ଜଡ଼ିତ ରହିଛି । ଏହି ଟିଜର ଦେଖିବା ପରେ ଅନେକ ବରିଷ୍ଟ କଳାକାର ଏହାକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ତେବେ ସୋସିଆଲ୍ ମିଡିଆରେ ଏହି ଫିଲ୍ମକୁ ନେଇ ଅନେକ ଟ୍ରୋଲ୍ କରାଯାଉଛି । କିଛି ଲୋକ ଫିଲ୍ମର ଭିଏଫଏକ୍ସକୁ ମଧ୍ୟ ପସନ୍ଦ କରୁନଥିବା ବେଳେ କିଛି ଲୋକ ରାବଣର ଲୁକ୍ କୁ ମଧ୍ୟ ପସନ୍ଦ କରୁନାହାନ୍ତି ।

ଖାସ କରି ରାବଣ ଭୂମିକାରେ ଅଭିନୟ କରିଥିବା ସୈଫଅଲି ଖାନଙ୍କ ଚିତ୍ରଣକୁ ଓ ବେଶ ପୋଷାକକୁ ଦେଖି ସେ ତାହାକୁ ପସନ୍ଦ କରୁ ନାହାନ୍ତି । କେବଳ ରାବଣ ନୁହେଁ ହନୁମାନଙ୍କ ଚରିତ୍ର ମଧ୍ୟ ଏଥିରେ ପରିବର୍ତ୍ତନ କରାଯାଇଛି । ଏହା କୌଣସି ମୁସଲମାନଙ୍କ ଭଳି ଦେଖା ଯାଉଥିବା ସେ କହିଛନ୍ତି । କୌଣସି ଚରିତ୍ର ଠିକ୍ ଭାବେ ନିଜ ଚରିତ୍ର ସହିତ ମେଳ ଖାଉ ନାହାନ୍ତି ବୋଲି ଦର୍ଶକ କହିଛନ୍ତି । କିନ୍ତୁ ଫିଲ୍ମ ତିଆରି କରିଥିବା ଟିମ୍ କହିଛନ୍ତି ଯେ ଫିଲ୍ମଟି ଖୁବ୍ ସୁନ୍ଦର ହୋଇଛି । ଆଇଏନ୍ଏସ୍ ର ରିପୋର୍ଟ ଅନୁସାରେ ସର୍ବ ବ୍ରାହ୍ମଣ ମହାସଭା ପକ୍ଷରୁ ଓମ୍ ରାଉତଙ୍କୁ ଆଇନ୍ ଗତ ନୋଟିସ୍ ଦିଆଯାଇଛି । ଏଥିରେ ଲେଖାଯାଇଛି ଯେ, ଏହି ଚଳଚ୍ଚିତ୍ରରେ ଧାର୍ମିକ ଭାବନାରେ କ୍ଷତି ପହଞ୍ଚିଛି କାରଣ ହିନ୍ଦୁ ଦେବାଦେବୀମାନଙ୍କୁ ଭୁଲ୍ ଭାବେ ପ୍ରଦର୍ଶିତ କରାଯାଇଛି ।ଏହି ଫିଲ୍ମରେ ଦେବତାମାନେ ଚମଡ଼ା ପୋଷାକ ପିନ୍ଧିଛନ୍ତି । ଫିଲ୍ମରେ ଖରାପ ଭାଷା ମଧ୍ୟ ପ୍ରୟୋଗ କରାଯାଇଛି ।

ଯାହାଫଳରେ ଗୁରୁବାର ସର୍ବ ବ୍ରାହ୍ମଣ ମହାସଭା ଓମ୍ ଙ୍କୁ ନୋଟିସ୍ ଦେଇଛି । ତାଙ୍କୁ କୁହାଯାଇଛି ଯେ, ଚଳଚ୍ଚିତ୍ରରେ ଥିବା ସମସ୍ତ ଆପତ୍ତିଜନକ ସିନକୁ ହଟାଇ ଦିଅନ୍ତୁ ନହେଲେ ତାଙ୍କ ବିରୋଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସର୍ବ ବ୍ରାହ୍ମଣ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେଶ ମିଶ୍ରଙ୍କ ପକ୍ଷରୁ ଓକିଲ କମଳେଶ ଶର୍ମା ଏହି ନୋଟିସ୍ ପଠାଇଛନ୍ତି । ନୋଟିସ୍ରେ କୁହାଯାଇଛି ଯେ,ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ରାମାୟଣକୁ ଇସ୍ଲାମିକରଣ କରିଛନ୍ତି । ଓମଙ୍କୁ ପଠାଯାଇଥିବା ନୋଟିସ୍ରେ କୁହାଯାଇଛି ଯେ,’ଲୋକମାନଙ୍କୁ ଭାବନା ସହିତ ନଖେଳିବା ପାଇଁ ଆପଣଙ୍କୁ ଅନୁରୋଧ କରାଯାଉଛି । ଆପଣ ଯାହା କରିଛନ୍ତି ସେଥିପାଇଁ ୭ ଦିନ ଭିତରେ ଆପଣ ଲୋକମାନଙ୍କୁ ଭୁଲ୍ ମାଗନ୍ତୁ, ସମସ୍ତ ଡାଏଲଗ୍ ଏବଂ ଇଲୁଷ୍ଟ୍ରେସନ୍କୁ ଡିଲେଟ୍ କରନ୍ତୁ ନହେଲେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’ ।

Get real time updates directly on you device, subscribe now.