fbpx
BJD SKY
BJD SKY

ଏହି ବ୍ୟାଙ୍କରେ ବାହାରିଲା ନିଯୁକ୍ତି: ଦରମା ୬୩,୮୪୦ ଟଙ୍କା, ଏପରି କରନ୍ତୁ ଆବେଦନ

BJD

ବ୍ୟାଙ୍କରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ୟୁକୋ ବ୍ୟାଙ୍କରେ ୧୦ଟି ସିକ୍ୟୁରିଟି ଅଫିସର ପଦବୀ ଖାଲିପଡିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଫିସିଆଲ ୱେବସାଇଟ ucobank.com କୁ ଯାଇ ଆବେଦନ କରିପାରିବେ। ଚାକିରି ବିଷୟରେ ସବିଶେଷ ବିବରଣୀ ଜାଣିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ।

ପଦବୀ ବିବରଣୀ : ୧୦

ସିକ୍ୟୁରିଟି ଅଫିସର

ଜରୁରୀ ତାରିଖ : ସିକ୍ୟୁରିଟି ଅଫିସର ପଦବୀ ପାଇଁ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୯ ଅକ୍ଟୋବର ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଇଣ୍ଡିଆନ ଆର୍ମି, ନେଭି କିମ୍ବା ଏୟାରଫୋର୍ସରେ ୫ ବର୍ଷ ଚାକିରି କିମ୍ବା ପାରାମିଲିଟାରୀ ଫୋର୍ସରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାମ କରିଥିବା ଜରୁରୀ। ଏହାଛଡା ପାରାମିଲିଟାରୀ ଫୋର୍ସରେ ଇନ୍ସପେକ୍ଟର ପଦରେ ୮ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ନଚେତ ରାଜ୍ୟ ପୋଲିସର ଇନଭେଷ୍ଟିଗେସନ ଓ୍ଵିଙ୍ଗରେ ୮ ବର୍ଷର ଅଭିଜ୍ଞତା ହେବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୫ ବର୍ଷ ହେବା ଜରୁରୀ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୩୬,୦୦୦ ଟଙ୍କାରୁ ୬୩,୮୪୦ ଟଙ୍କା ଦରମା ମିଳିବ।

ଚୟନ ପ୍ରକ୍ରିୟା : ଏହି ପଦବୀରେ ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଆଧାରରେ କରାଯିବ। ଏହି ପରୀକ୍ଷାର ଆୟୋଜନ ନଭେମ୍ବର କିମ୍ବା ଡିସେମ୍ବର ୨୦୨୨ରେ କରାଯିବ।

ଅନଲାଇନ ପ୍ରକ୍ରିୟା
ଟେଷ୍ଟ ନାମ
ପ୍ରଫେସନାଲ ଜ୍ଞାନ
ବର୍ତ୍ତମାନର ଆର୍ଥିକ ପରିସ୍ଥିତି ଏବଂ ସଚେତନା ଜ୍ଞାନ
ଇଂଲିଶ ଭାଷା
କମ୍ପ୍ୟୁଟର ଜ୍ଞାନ

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ଅଣସଂରକ୍ଷିତ, EWS ଏବଂ ଓବିସି ପ୍ରାର୍ଥୀ ଆବେଦନ ଶୁଳ୍କ ଭାବେ ୫୦୦ ଟଙ୍କା ଦେବାକୁ ହେବ। ଏହାଛଡା ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

କେମିତି କରିବେ ଆବେଦନ :

– ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.ucobank.com ଯାଆନ୍ତୁ।

– ଏବେ ‘Job Opportunities’ ଅପସନ ଉପରେ କ୍ଲିକ କରନ୍ତୁ।

– ତା’ ପରେ’APPLY ONLINE FOR THE POST OF SECURITY OFFICERS IN JMGS-I’ କୁ ଯାଇ ଆପ୍ଲାଏ ଅନଲାଇନରେ କ୍ଲିକ କରନ୍ତୁ।

– ଏଠାରେ ‘Click here for new registration’ କ୍ଲିକ କରନ୍ତୁ।

– ଏହାପରେ ଆବେଦନ ଫର୍ମ ସ୍କ୍ରିନ ଉପରେ ନଜର ଆସିବ।

– ଏଥିରେ ପ୍ରାର୍ଥୀ ସମସ୍ତ ବିବରଣୀ ଭରନ୍ତୁ।

– ଏହାପରେ ଡକ୍ୟୁମେଣ୍ଟ ଅପଲୋଡ କରି ଆବେଦନ ଶୁଳ୍କ ଭରନ୍ତୁ।

– ଏହାପରେ ଆପ୍ଲିକେସନ ଫର୍ମର ଏକ ପ୍ରିଣ୍ଟଆଉଣ୍ଟ କାଢି ରଖନ୍ତୁ।

Get real time updates directly on you device, subscribe now.