fbpx
BJD SKY
BJD SKY

ବଲିଉଡ ଫିଲ୍ମ ନିର୍ମାତା ରୋହିତ ଶେଠୀ ହସ୍ପିଟାଲରେ ଭର୍ତ୍ତି

BJD

ନୂଆଦିଲ୍ଲୀ: ମନେରଞ୍ଜନଧର୍ମୀ ଜଗତରୁ ଏକ ଦୁଃଖ ଖବର ଆସିଛି । ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରୋହିତ ଶେଠୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଶୁଟିଂ ସମୟରେ ସେ ଆଘାତ ପାଇଥିବା ଜଣାପଡ଼ିଛି । ଏକ କାର ସିନ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏବେ ରୋହିତଙ୍କୁ ହାଇଦ୍ରାବାଦସ୍ଥିତ କାମିନେନୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ସମୟରେ ରୋହିତ ନିଜର ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଶୁର୍ଟିଂକୁ ନେଇ ବ୍ୟସ୍ତ ରହିଛନ୍ତି । ଓଟିଟି ପାଇଁ ସେ ଏହି ୱେବ ସିରିଜର ନିର୍ଦ୍ଦେଶନା ଦେଉଛନ୍ତି । ଏହି ସିରିଜରେ ସିଦ୍ଧାର୍ଥ ମାଲହୋତ୍ରା, ବିବେକ ଓବରାୟ, ଶିଳ୍ପା ଶେଠୀଙ୍କ ପରି କଳାକାରମାନେ ନଜର ଆସିବେ । ଏହି ସିରିଜର ପ୍ରଥମ ଲୁକ୍ ପୂର୍ବରୁ ଜାରି କରାଯାଇଥିଲା । ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ରୋହିତଙ୍କର ଏକ ସାଧାରଣ ସର୍ଜରୀ କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକଠାକ ଥିବାବେଳେ ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି ।

ନିକଟରେ ରୋହିତଙ୍କ ଫିଲ୍ମ ସର୍କସ ରିଲିଜ ହୋଇଥିଲା, ମାତ୍ର ତାହା ବକ୍ସ ଅଫିସରେ ଖାସ୍ କମାଲ କରିପାରିନଥିଲା । ତେଣୁ ନୂଆବର୍ଷ ୨୦୨୩ରେ ଫିଲ୍ମର ସଫଳତା ନେଇ ରୋହିତ ବହୁତ ଆଶା ରଖିଛନ୍ତି । ତାଙ୍କର ସିଙ୍ଘମ ୩, ଇଣ୍ଡିଆନ ପୋଲିସ ଫୋର୍ସ ସିରିଜ, ସୂର୍ଯ୍ୟବଂଶୀ ୨, ଗୋଲମାଲ ୫ ପରି ଏକାଧିକ ଫିଲ୍ମ ଚଳିତ ବର୍ଷ ରିଲିଜ ହୋଇପାରେ । ତେଣୁ ଏହି ଫିଲ୍ମଗୁଡ଼ିକକୁ ହିଟ୍ କରି ରୋହିତ ପୁଣି ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି । ରୋହିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ତାଙ୍କର ଅଗଣିତ ପ୍ରଶଂସକ ।

Get real time updates directly on you device, subscribe now.