fbpx

ଚେତନ ଶର୍ମା ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ, ଓଡ଼ିଶାର ଶିବସୁନ୍ଦର ଦାସ୍‌ଙ୍କୁ ସୁଯୋଗ

ମୁମ୍ବାଇ: ପୁଣି ଥରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି ଚେତନ ଶର୍ମା । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଅଲ ଇଣ୍ଡିଆ ସିନିୟର ପୁରୁଷ ଚୟନ କମିଟି ନିଯୁକ୍ତି ଘୋଷଣା କରିଛି । ବିସିସିଆଇ ସଚିବ ଜୟ ଶାହାଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ସୁଲକ୍ଷନା ନାୟକ, ଅଶୋକ ମାଲହୋତ୍ରା ଏବଂ ଜତିନ ପରଞ୍ଜାପେଙ୍କୁ ନେଇ ଗଠିତ କମିଟି (ସିଏସି) ନୂଆ ଚୟନକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି ।

୧୮ ନଭେମ୍ବର ୨୦୨୨ ରେ ବିସିସିଆଇର ଅଫିସିଆଲ୍ ୱେବସାଇଟରେ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇବା ପରେ ବିସିସିଆଇ ପ୍ରାୟ ୬୦୦ ଆବେଦନ ଗ୍ରହଣ କରିଥିଲା । ପରବର୍ତ୍ତି ପର୍ଯ୍ୟାୟରେ ଉପଯୁକ୍ତ ବିଚାର ଏବଂ ଯତ୍ନର ସହ ବିଚାର ପରେ ଉଇଉ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ୧୧ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ଶେଷରେ ଏମାନଙ୍କ ମଧ୍ୟରୁ ଚେତନ ଶର୍ମା, ଶିବ ସୁନ୍ଦର ଦାସ, ସବ୍ରୋଟୋ ବାନାର୍ଜୀ , ସାଲିଲ୍ ଆଙ୍କୋଲା , ଶ୍ରୀଧରନ୍ ଶରତଙ୍କୁ ନିଯୁକ୍ତ କରିଥିଲେ ଏବଂ ବରିଷ୍ଠ ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ଭାବେ କମିଟି ଚେତନ ଶର୍ମାଙ୍କୁ ସୁପାରିଶ କରିଥିଲେ ।

Get real time updates directly on you device, subscribe now.