fbpx

Brain Tumorକୁ ନଷ୍ଟ କରିବ କ୍ୟାନସର ଭ୍ୟାକ୍ସିନ: ବୈଜ୍ଞାନିକମାନେ ବିକଶିତ କଲେ Dual-Action Therapy

ନୂଆଦିଲ୍ଲୀ: ସମୟ ପରିବର୍ତ୍ତନ ସହିତ ମଣିଷର ଜୀବନ ଧାରଣର ମାନ ମଧ୍ୟ ବଦଳିବାରେ ଲାଗିଛି । ତେବେ ଏହାର ଭୟଙ୍କର ପରିଣାମ ଭୋଗ କରିବାକୁ ଏକପ୍ରକାରର ବାଧ୍ୟ ହେଉଛି ମଣିଷ ସମାଜ । ଦିନକୁ ଦିନ କ୍ୟାନସର, ହୃଦରୋଗ ପରି ଅନେକ ବୀମାରୀ ମଣିଷକୁ ବିପଦ ଆଡ଼କୁ ଠେଲି ଦେଉଛି । ତେବେ ଅନେକ ସମୟରେ କ୍ୟାନସରକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ ।

ତେବେ ବୈଜ୍ଞାନିକଙ୍କ ତଥ୍ୟ ମୁତାବକ, କ୍ୟାନ୍ସର ଭ୍ୟାକ୍ସିନ ବ୍ରେନ ଟ୍ୟୁମରକୁ ନଷ୍ଟ କରିବାରେ ସକ୍ଷମ ହୋଇ ପାରିବେ । ଏ ବାବଦରେ ନିକଟରେ ଏକ ପରୀକ୍ଷା କରାଯାଇଥିଲା । ତେବେ ଏହି ଭ୍ୟାକ୍ସିନ ବ୍ରେନ ଟ୍ୟୁମର ବ୍ୟତୀତ ଅନ୍ୟ ଟ୍ୟୁମରକୁ ମଧ୍ୟ ରୋକିପାରିବ ବୋଲି କୁହାଯାଉଛି । ଏଥିପାଇଁ ବୈଜ୍ଞାନିକମାନେ ଏକ ଡୁଆଲ-ଆକ୍ସନ ଥେରାପି ବିକଶିତ କରିଛନ୍ତି । ଗ୍ଲିଓବ୍ଲାଷ୍ଟୋମା ପରି ଏକ ଭୟଙ୍କର ତଥା ଘାତକ ବ୍ରେନ କ୍ୟାନ୍ସରକୁ ଟାର୍ଗେଟ କରି ଏହାର ପରୀକ୍ଷା ଏକ ମୂଷାଠାରେ କରାଯାଇଥିଲା । ତେବେ ଏହା ଉଭୟ ଚିକିତ୍ସା ଓ ରୋକିବା କ୍ଷେତ୍ରରେ ସମର୍ଥ ହେବ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ରିସର୍ଚ୍ଚ ଟିମର ସଦସ୍ୟମାନେ କ୍ୟାନସର ସେଲ୍ସକୁ କ୍ୟାନ୍ସର କିଲର ଓ ଭ୍ୟାକ୍ସିନରେ ରୂପାନ୍ତରିତ କରିଥିଲେ । ସେଥିପାଇଁ ଜିନ ଇଞ୍ଜିନିୟରିଂର ପ୍ରୟୋଗ କରାଯାଇ ଏକ ଥେରାପୁଟିକର ବିକାଶ କରାଯାଇଥିଲା । ତାହା ଟ୍ୟୁମରକୁ ନଷ୍ଟ କରିବା ସହିତ ପ୍ରାଥମିକ ଟ୍ୟୁମର ଓ କ୍ୟାନ୍ସରକୁ ରୋକିବା ପାଇଁ ପ୍ରତିରୋଧୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସହାୟକ ହୋଇଥିଲା । ସାଧାରଣ ଭାବେ ଅଧିକାଂଶ କ୍ୟାନ୍ସର ଭ୍ୟାକ୍ସିନକୁ ନିଷ୍କ୍ରିୟ ଟ୍ୟୁମର ସେଲ୍ସରେ ବ୍ୟବହାର କରାଯାଇଥାଏ । ମାତ୍ର ଏହି ରିସର୍ଚ୍ଚରେ ଜୀବିତ ଟ୍ୟୁମର ସେଲ୍ସକୁ ଆଣ୍ଟି-କ୍ୟାନ୍ସର ଏଜେଣ୍ଟକୁ ରୂପାନ୍ତରିତ କରାଯାଇଥିଲା । ଏହା ଜୀବିତ ଟ୍ୟୁମର ସେଲ୍ସ ନଷ୍ଟ କରିବା ସହ ପରବର୍ତ୍ତୀ ସମୟରେ କିପରି ମୁକାବିଲା କରାଯିବା ସେନେଇ ପ୍ରତିରୋଧୀ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିଥାଏ । ଏକ ପ୍ରସିଦ୍ଧ ଅନ୍ତର୍ଜାତୀୟ ଚିକିତ୍ସା ପତ୍ରିକାରେ ଏହି ରିସର୍ଚ୍ଚ ତଥ୍ୟ ପ୍ରକାଶିତ ହୋଇଛି ।

Get real time updates directly on you device, subscribe now.