fbpx

Video: ଖାଲି ମେଟ୍ରୋ ଦେଖି ଯୁବତୀଙ୍କ ଉଡ଼ିଲା ହୋସ; ଡବା ଭିତରେ ଝୁଲି ଝୁଲି ନେଲେ ଆନନ୍ଦ

ପ୍ରାୟତଃ ଲୋକମାନେ ବୁଝନ୍ତି ନାହିଁ ଯେ ସେମାନେ କିପରି ସର୍ବସାଧାରଣ ସ୍ଥାନରେ ରହିବେ କିମ୍ବା ଆଚରଣ କରିବେ । ସେମାନେ ପ୍ରତ୍ୟେକ ସ୍ଥାନକୁ ନିଜ ଘର ଭାବରେ ବୁଝି ନିଅନ୍ତି । ଏହା କରିବା ଦ୍ୱାରା, ସେମାନେ କେବଳ ଅନ୍ୟମାନଙ୍କୁ ଅସୁବିଧାରେ ପକାନ୍ତି ନାହିଁ, ବରଂ ସର୍ବସାଧାରଣଙ୍କ ସମ୍ପତ୍ତି ମଧ୍ୟ ନଷ୍ଟ କରନ୍ତି । ନିକଟରେ ଜଣେ ଯୁବତୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ସେ କିଛି ଏପରି କରୁଥିବାର ନଜର ଆସିଥିଲେ । ଏହି ଯୁବତୀଙ୍କ ମେଟ୍ରୋରେ ଯାତ୍ରା କରୁଥିବା ଦେଖି ଲୋକମାନେ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

ଇନଷ୍ଟାଗ୍ରାମ ବ୍ୟବହାରକାରୀ ଅପର୍ଣ୍ଣା ଦେବୟାଲ ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ମେଟ୍ରୋରେ ଯାତ୍ରା କରୁଛନ୍ତି । ଯଦିଓ ଏହା କେଉଁ ସହରର ମେଟ୍ରୋ ଭିଡିଓ ତାହା ଜଣା ପଡିନାହିଁ, କିନ୍ତୁ ଭିତର ଏବଂ ମେଟ୍ରୋର ଦୃଶ୍ୟକୁ ଦେଖିଲେ ଏହା କେବଳ ଦିଲ୍ଲୀ ମେଟ୍ରୋ ବୋଲି ଜଣାପଡିଛି । ଅପର୍ଣ୍ଣା ଜଣେ ଭ୍ଲଗର୍ ଏବଂ ତାଙ୍କର ଅନେକ ଭିଡିଓ ଅନେକ ଭିୟୁ ହାସଲ କରିଛି, କିନ୍ତୁ ସେ ଏହି ଗୋଟିଏ ଭିଡିଓରେ ବହୁତ ଟ୍ରୋଲ୍ ହେଉଛନ୍ତି । ଏହାର କାରଣ ହେଉଛି ତାଙ୍କର ଅଦ୍ଭୁତ କାର୍ଯ୍ୟ ଯାହା ସେ ମେଟ୍ରୋ ଭିତରେ କରୁଛନ୍ତି ।

 

View this post on Instagram

 

A post shared by KOKO 🎬 (@aparna_devyal)

ଯେତେବେଳେ ଅପର୍ଣ୍ଣା ମେଟ୍ରୋ କୋଚ୍ ଖାଲି ଦେଖିଥିଲେ, ସେ ଏଥିରେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ । ଝରକା କାଚରେ ଏହା ଦେଖାଯାଇଛି ଯେ ଅନ୍ୟ ଜଣେ ଯୁବତୀ ତାଙ୍କ ଭିଡିଓ ସୁଟିଂ କରୁଛନ୍ତି । ଭିଡିଓରେ ସେ ସିଟ୍ ଉପରେ ଠିଆ ହୋଇଛନ୍ତି, ତା’ପରେ ସେ ନାଚିବା ଆରମ୍ଭ କରିଛନ୍ତି । ସେହିପରି ସେ ମେଟ୍ରୋରେ ଲାଗିଥିବା ହ୍ୟାଣ୍ଡ ରେଲ ଧରି ଝୁଲି ଝୁଲି ନାଚିବା ଆରମ୍ଭ କରିଛନ୍ତି । ସେ ମଧ୍ୟ ବାରମ୍ବାର ଏପଟ ସେପଟ ଚାହିଁ ଜଗିଥିବାର ନଜର ଆସିଛନ୍ତି ।

ଅପର୍ଣ୍ଣାଙ୍କର ଭିଡିଓ ଦେଖି ଲୋକମାନେ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି । ଭିଡିଓଟି ୪ ଲକ୍ଷରୁ ଅଧିକ ଭ୍ୟୁ ପାଇଛି ଏବଂ ଅନେକ ଲୋକ ମଧ୍ୟ କମେଣ୍ଟ ଦେଇଛନ୍ତି । ଜଣେ କମେଣ୍ଟରେ କହିଛନ୍ତି ଯେ ମେଟ୍ରୋ ପ୍ରଶାସନ ଏହି ଯୁବତୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଅନ୍ୟ ଜଣେ କହିଛନ୍ତି ଯେ ଏପରି ଅନ୍ୟମାନେ ମଧ୍ୟ କରିବେ ଏବଂ ଏହି ଉପାୟରେ ସମ୍ପତ୍ତି ନଷ୍ଟ ହୋଇଯିବ ।

Get real time updates directly on you device, subscribe now.