fbpx

(Video)ଏରୋବ୍ରିଜରେ ଫସିଲେ ରାଧିକା ଆପଟେ: ସୋସିଆଲ ମିଡିଆରେ ଶେୟାର କଲେ ଭୟଙ୍କର ଦୃଶ୍ୟ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଧିକା ଆପଟେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି । ତେବେ  ସେ ନିଜ ଇନଷ୍ଟାଗ୍ରାମରେ କିଛି ଏପରି ଭିଡିଓ ଶେୟାର କରିଛନ୍ତି ଯାହା ଦେଖି ତାଙ୍କ ପ୍ରଶଂସକମାନେ ବର୍ତ୍ତମାନ ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ ରାଧିକା ଶେୟାର କରିଥିବା ଏହି ଫଟୋରେ ସେ ତାଙ୍କର ଜଣେ ସହଯାତ୍ରୀଙ୍କ ସହିତ ବିମାନରେ ଯାତ୍ରା କରିବାକୁ ଯିବା ସମୟରେ ଏରୋବ୍ରିଜରେ ଫସିଯାଇଥିବା ଦେଖିବାକୁ ମିଳିଛି । ତେବେ କିଛି ସମୟ ତଳେ ସେ ପୋଷ୍ଟ ପୋଷ୍ଟ କରିଥିବା ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Radhika (@radhikaofficial)

ରାଧିକା ପ୍ରଥମେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ଫ୍ଲାଇଟରେ ଯାତ୍ରା କରୁଥିବା ସମସ୍ତ ପାସେଞ୍ଜର ବେଶ ଚିନ୍ତିତ ଏବଂ ବିବ୍ରତ ଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ ଭିତରେ କିଛି ବୟସ୍କ ଲୋକ ଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ପରେ ସେମାନେ ସେଠାରେ ବସି ଏହି ସମସ୍ୟାର ସମାଧାନ ପାଇଁ ଅପେକ୍ଷା କରିଥିବା ଦେଖାଯାଇଥିଲା । ତେବେ ରାଧିକା ଅଧିକ ସମୟ ଧରି ଏୟାର ବ୍ରିଜରେ ଫସିବା କାରଣରୁ ଏ ନେଇ ବେଶ ବଡ଼ ନୋଟ ଲେଖି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ତେବେ ଏହି ଟ୍ୱିଟରେ ରାଧିକା ଏୟାର ଲାଇନ ଉପରେ ନିଜର ରାଗ ପ୍ରକାଶ କରିଛନ୍ତି । ସେ ଏହି ପୋଷ୍ଟରେ ଳେଖିଛନ୍ତି ଯେ- ୮.୩୦ରେ ବୋର୍ଡ଼ ହେବାକୁ ଥିବା ଫ୍ଲାଇଟ ୧୦.୩୪୦ ପର୍ଯ୍ୟନ୍ତ ବୋର୍ଡ଼ ହୋଇନଥିଲା । ତେବେ ବୋର୍ଡ଼ ହେବ ବୋଲି କହି ସେମାନେ ଏରୋବ୍ରିଜରେ ଲୋକମାନଙ୍କୁ ବନ୍ଦ କରିଦେଲେ । ସେଠାରେ ଛୋଟ ପିଲା ଏବଂ ବୟସ୍କ ଲୋକମାନେ ମଧ୍ୟ ଥିଲେ । ତେବେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଆମେମାନେ ସେହି ଏୟାରବ୍ରିଜରେ ବନ୍ଦ ହୋଇ ରହିଥିଲୁ । ଏପରିକି ଏମର୍ଜେନ୍ସି କବାଟ ମଧ୍ୟ ଖୋଲା ଯାଇନଥିଲା ।

ତେବେ ରାଧିକା ନିଜର ଏହି ପୋଷ୍ଟ ଶେଷରେ ଲେଖିଥିଲେ ଯେ ସମସ୍ତ ଯାତ୍ରୀ ଭିତରେ ଅଛନ୍ତି ଏବଂ ଏଠାରେ ନା ପାଣି ଅଛି ନା ଟଇଲେଟ । ଏହା ସହିତ ସେ ଏୟାରଲାଇନ ଉପରେ କମେଣ୍ଟ କରି ଲେଖିଥିଲେ ଯେ- “ଥ୍ୟାଙ୍କ ୟୁ ଫର ଦ ରାଇଡ଼” । ବର୍ତ୍ତମାନ ରାଧିକାଙ୍କର ଏହି ପୋଷ୍ଟରେ ଫ୍ୟାନ୍ସ ବିଭିନ୍ନ ପ୍ରକାରରେ ରିଆକ୍ଟ କରୁଛନ୍ତି ।

Get real time updates directly on you device, subscribe now.