fbpx
BJD
BJD SKY
BJD SKY

ମସ୍ତିଷ୍କର ରକ୍ତସଞ୍ଚାଳନ ପ୍ରକିୟାକୁ ଠିକ୍ ରଖିଥାଏ ଏହିସବୁ ଖାଦ୍ୟ, ଜାଣନ୍ତୁ କ’ଣ କ’ଣ

ଆମେ ଶାରୀରିକ ଭାବେ ସୁସ୍ଥ ରହିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ମାନସିକ ଭାବେ ସୁସ୍ଥ ରହିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ମାନସିକ ସ୍ତରରେ ସୁସ୍ଥ ଓ ଶକ୍ତିଶାଳୀ ରୁହେ, ତେବେ ସମସ୍ତ ପ୍ରକାର ଅସୁବିଧା ଓ ଚାପକୁ ସହଜରେ ପ୍ରତିରୋଧ କରିପାରିବ । ଏପରି କିଛି ଫୁଡ୍ ରହିଛି, ଯାହାକି ଆମକୁ ମାନସିକ ସ୍ତରରେ ଫିଟ୍ ରଖିବାରେ ସହାୟତା କରିଥାଏ । ଆସନ୍ତୁ ଆଲୋଚନା କରିବା ସେହି ଫୁଡ୍ ବିଷୟରେ ।

– ଅଣ୍ଡାରେ ରହିଥିବା କିଛି ପୋଷକ ତତ୍ତ୍ୱ ଆପଣଙ୍କ ମାନସିକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଫଲିକ୍ ଏସିଡ୍, ବାୟୋଟିନ, କୋଲାଇନ ଆଦି ମସ୍ତିଷ୍କର କୋଷିକାଗୁଡ଼ିର ବିକାଶରେ ସହାୟତା କରିଥାନ୍ତି ।

– ଦହି କେବଳ ଆମର ପାଚନ ତନ୍ତ୍ରକୁ ଠିକ୍ ରଖେ, ତା’ ନୁହେଁ, ଏହା ଆମର ମସ୍ତିଷ୍କର କ୍ରିୟାକୁ ନିୟନ୍ତ୍ରଣ କରିଥାଏ । ନିୟମିତ ଖାଦ୍ୟରେ ଦହି ସାମିଲ କରିବା ଦ୍ୱାରା ଏହା ଆପଣଙ୍କ ଚାପକୁ କମ୍ କରିବାରେ ସହାୟତା କରିଥାଏ । ଯଦି ଆପଣ ଚିଡ଼ଚିଡ଼ା ସ୍ୱଭାବର ହୋଇଥାନ୍ତି, ତେବେ ମୁଡ୍ ଠିକ୍ କରିବାରେ ଦହି ସାହାଯ୍ୟ କରିଥାଏ ।

– ସବୁଜ ପନିପରିବା ପର୍ଯ୍ୟାପ୍ତ ମାତ୍ରାରେ ସେବନ କରୁଥିବା ଲୋକଙ୍କର ମସ୍ତିଷ୍କ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ, ଯାହା ଆମକୁ ମାନସିକ ସ୍ତରରେ ସୁସ୍ଥ ରଖିଥାଏ ।

– ଡାର୍କ ଚକୋଲେଟରେ ଥିବା କୋକୋଆ ଆମର ମସ୍ତିଷ୍କର ରକ୍ତସଞ୍ଚାଳନ ପ୍ରକିୟାକୁ ଠିକ୍ ରଖିଥାଏ । ଏତଦବ୍ୟତୀତ ଚକୋଲେଟରେ ଥିବା ଏକ ଉପାଦାନ ଆମର ମସ୍ତିଷ୍କର ଯୁବାବସ୍ଥା ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.