fbpx
BSKY SKY
BSKY SKY

ଖରିଫ୍‍ ମାଣ୍ଡିଆ ସଂଗ୍ରହ ପାଇଁ ପଞ୍ଜୀକରଣ ସମୟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର

BSKY

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷର ଖରିଫ୍‍ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ତାରଖକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚାଷୀମାନେ ନିକଟସ୍ଥ କୃଷକ ସଙ୍ଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାକ୍‍ସ୍‍ ମାଧ୍ୟମରେ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି । ମାଣ୍ଡିଆ ବିକ୍ରୟ ପାଇଁ ଇଚ୍ଛୁକ ଥିବା ନୂତନ ଚାଷୀମାନେ ପଞ୍ଜୀକରଣ ଫର୍ମରେ ଥିବା ସମସ୍ତ ତଥ୍ୟକୁ ଲଗ୍‍ଇନ୍‍ ୱେବ୍‍ସାଇଟ୍‍ www.tdccorissa.org ରେ ଡିଜିଟାଇଜ୍‍ କରିବା ସହ ପଞ୍ଜୀକୃତ ଫର୍ମ ନିର୍ଭୁଲ ବୋଲି ସୁନିଶ୍ଚିତ କରାଇବାକୁ କୁହାଯାଇଛି ।

ପୂର୍ବରୁ ପଞ୍ଜିକୃତ ହୋଇଥିବା ଚାଷୀ ପ୍ରଦାନ କରିଥିବା ନିଜ ତଥ୍ୟରେ ଯଦି ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ସେମାନେ ନିର୍ଦ୍ଧାରିତ ପଞ୍ଜୀକରଣ ସମୟ ସୀମା ମଧ୍ୟରେ ଆବଶ୍ୟକ ସଂଶୋଧନ କରିପାରିବେ । ଏହି ପଞ୍ଜୀକରଣ ପ୍ରକ୍ରିୟାରେ ଭାଗଚାଷୀମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ । ଅଧିକରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ମାଣ୍ଡିଆ ସଂଗ୍ରହ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

Get real time updates directly on you device, subscribe now.