fbpx

ୟୁଟ୍ୟୁବରୁ ମିଳିଲା Idea, ବଦଳିଲା କୃଷକଙ୍କ ଜୀବନ: ବିଦେଶୀ ଫଳର ଚାଷ କରି ହେଲେ ମାଲାମାଲ

ନୂଆଦିଲ୍ଲୀ: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ତେବେ ଏହି କଥାକୁ ସତ କରିଛନ୍ତି ରାଇବରେଲିର ଜଣେ କୃଷକ । ୟୁଟ୍ୟୁବର ସାହାଯ୍ୟରେ କିଛି ଏପରି କରିଛନ୍ତି ଯାହା ଲୋକମାନଙ୍କ ପାଇଁ ଏକ ଉଦାହରଣ ପାଲଟିଗଲା । ତେବେ ଏହା ସାହାଯ୍ୟରେ ସେ ବର୍ତ୍ତମାନ ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ଏହି ବ୍ୟକ୍ତି ଜଣଙ୍କ ହେଲେ ରାମ ସାଗର ପାଣ୍ଡେ । ।

ରାମ, ରାଇବରେଲି ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ପୁରାସୀ ଗ୍ରାମର ବାସିନ୍ଦା । ତେବେ ସେ ୨୦୨୦ ମସିହା ପର୍ଯ୍ୟନ୍ତ ନିଜର ପୈତୃକ ଜମିରେ ପରମ୍ପରାଗତ ଚାଷ କରୁଥିଲେ । କିନ୍ତୁ ୨୦୨୦ ମସିହାରେ କରୋନା ଆସିବା ପରେ ଲକଡାଉନ ସମୟରେ ୟୁଟ୍ୟୁବରେ ଚାଷ ସମ୍ବନ୍ଧୀୟ ଭିଡିଓ ଦେଖୁଥିଲେ । ତେବେ ସେହି ସମୟରେ ସେ ଆପଲ ବେରୀ ଏବଂ ତାଇୱାନ ଅମୃତଭଣ୍ଡା ବାବଦରେ ଜାଣିବାକୁ ପାଇଥିଲେ । ତେବେ ସେଠାରୁ ଆଇଡିଆ ନେଇ ସେ ନିଜର ୪ ଏକର ଜମିରେ ଏହି ଚାଷ ଆରମ୍ଭ କରିଥିଲେ ।

ତେବେ ତାଙ୍କର ଏହି ଉପାୟ ବେଶ ଲାଭଦାୟକ ହୋଇଥିଲା । ବର୍ତ୍ତମାନ ସେ ଏହି ଚାଷରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ତାଙ୍କର କେବଳ ୧ ଏକର ଜମିରେ ଲଗାଯାଇଥିବା ତାଇୱାନ ଅମୃତଭଣ୍ଡା ଚାଷ କରିଛନ୍ତି ଯେଉଁଥିରୁ ସେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ତେବେ ପ୍ରତି ଗଛ ମଧ୍ୟରେ ଦୂରତା ୧୦ ଫୁଟ ରଖାଯିବା ଉଚିତ ବୋଲି କହିଛନ୍ତି ରାମ ସାଗର ।

ତେବେ ରାମସାଗର କହିଛନ୍ତି ଯେ ଏହି ଫସଲ ଥରେ ହେଲେ ଏଥିରୁ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଲାଭ ମିଳିବ । ଏଥିରେ ପ୍ରାୟ ୧ରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । କିନ୍ତୁ ପ୍ରତି ବର୍ଷ ୧୦ ରୁ ୧୨ ଲକ୍ଷ ଟଙ୍କା ତାଙ୍କର ଏଥିରୁ ଲାଭ ମିଳିଥାଏ ବୋଲଏି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.