fbpx
BSKY SKY
BSKY SKY

ଅଡୁଆରେ ପଡିଯିବ ଇସ୍ରାଏଲ ! ଅନ୍ତଃରାଷ୍ଟ୍ରୀୟ କୋର୍ଟ(ICJ)ରେ ମାମଲା ରୁଜୁ କଲା ଦକ୍ଷିଣ ଆଫ୍ରିକା

BSKY

ନୂଆଦିଲ୍ଲୀ: ଇସ୍ରାଏଲ–ହମାସ ଯୁଦ୍ଧକୁ ଏବେ ୪ର୍ଥ ମାସ ଚାଲିଛି । ଇରାନ ଠାରୁ ଆରମ୍ଭ କରି ଲେବାନନ, ୟେମେନ, ତୁର୍କୀ ଓ ମିଶର ପରି ମୁସଲିମ୍ ଦେଶ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ କରାଯାଉଥିବା ଆକ୍ରମଣକୁ ବିରୋଧ କରିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ବି ମୁସଲିମ୍ ଦେଶ ଇସ୍ରାଏଲର ଗାଜାରେ ନରସଂହାର ବିରୁଦ୍ଧରେ ଅନ୍ତଃରାଷ୍ଟ୍ରୀୟ ଅଦାଲତ(ICJ) ଯାଇନାହାନ୍ତି । କିନ୍ତୁ ଏବେ ଦକ୍ଷିଣ ଆଫ୍ରିକା ଇସ୍ରାଏଲ ବିରୁଦ୍ଧରେ ଅନ୍ତଃରାଷ୍ଟ୍ରୀୟ ଅଦାଲତରେ ପହଞ୍ଚିଛି ।
ଦକ୍ଷିଣ ଆଫ୍ରିକା ଇସ୍ରାଏଲ ବିରୁଦ୍ଧରେ ICJ ରେ ମୋକଦ୍ଦମା ରୁଜୁ କରିଛି । ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ଦକ୍ଷିଣ ଆଫ୍ରିକା ଇସ୍ରାଏଲ ବିରୁଦ୍ଧରେ ICJ ଗଲା କାହିଁକି ଓ ଅନ୍ୟ ଦେଶମାନେ କାହିଁକି ଏପରି କଲେ ନାହିଁ ।

ଇସ୍ରାଏଲ୍ ସେନା ପୁରା ଗାଜା ଅଞ୍ଚଳକୁ ଏକ ମରୁଭୂମି ଓ ଶ୍ମଶାନରେ ପରିଣତ କରି ଦେଇଛନ୍ତି । ଏହାର କାରଣ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ । ଏହି ସମୟରେ ୧୨୦୦ଇସ୍ରାଏଲ ନାଗରିକ ମୃତ୍ୟୁବରଣ କରିଥିଲେ ଓ ୨୫୦ ଜଣଙ୍କୁ ହମାସ ବନ୍ଧକ କରି ନେଇଥିଲା । ଏହାପରେ ହମାସ ଆତଙ୍କୀଙ୍କ ମୁଖ୍ୟାଳୟ ଗାଜାକୁ ଧ୍ୱଂସସ୍ତୁପରେ ପରିଣତ କରିବାକୁ ଇସ୍ରାଏଲ ଶପଥ ନେଇଥିଲା । ଇସ୍ରାଏଲ ସେନା ଆକ୍ରମଣରେ ପ୍ରାୟ ୨୨୦୦୦ ପାଲେଷ୍ଟାଇନ ନାଗରିକ ମୃତ୍ୟୁବରଣ କରିଛନ୍ତି ।

ଦକ୍ଷିଣ ଆଫ୍ରିକା କହିଛି ଗାଜାରେ ହେଉଥିବା ନରସଂହାର ମାନବାଧିକାରର ହତ୍ୟା । ଇସ୍ରାଏଲ ପ୍ରତିଶୋଧ ପରାୟଣ ହୋଇ ଅନ୍ତଃରାଷ୍ଟ୍ରୀୟ ଯୁଦ୍ଧର ନିୟମ ଭାଙ୍ଗିଛି । ଏଣୁ ସେ ଏହାକୁ ନେଇ ICJ ରେ ପହଞ୍ଚିଛି । ତେବେ ଏହି ପ୍ରସଙ୍ଗକୁ ନେଇ ଦକ୍ଷିଣ ଆଫ୍ରିକା ICJ ଯିବା ପଛରେ ସ୍ୱତନ୍ତ୍ର କାରଣ ବି ରହିଛି । ଏବେ ସେଠାରେ ନ୍ୟାସନାଲ କଂଗ୍ରେସ ପାର୍ଟିର ଶାସନ ଚାଲିଛି ଓ ସିରିଲ ରାମଫୋସା ରାଷ୍ଟ୍ରପତି ଅଛନ୍ତି । ଏହି ଦଳ ପାଲେଷ୍ଟାନୀୟଙ୍କ ପ୍ରସଙ୍ଗକୁ ବହୁ ବର୍ଷ ଧରି ସମର୍ଥନ କରି ଆସୁଛି । ଏପରିକି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ନେଲସନ ମାଣ୍ଡେଲା ବି କହିଥିଲେ ଯେ, ତାଙ୍କ ଦେଶର ସ୍ୱାଧୀନତା ଲକ୍ଷ୍ୟ ସେ ପର୍ଯ୍ୟନ୍ତ ଅଧୁରା ରହିବ ଯେ ପର୍ଯ୍ୟନ୍ତ ପାଲେଷ୍ଟାନୀୟଙ୍କୁ ସ୍ୱାଧୀନ ଦେଶ ମିଳିନାହିଁ । ନେଲସନ ମାଣ୍ଡେଲାଙ୍କ ଏହି କଥାର ଗୁରୁତ୍ୱକୁ ଉପଲବ୍ଧ କରି ଦକ୍ଷିଣ ଆଫ୍ରିକା ସବୁ ପରିସ୍ଥିତିରେ ପାଲେଷ୍ଟାଇନକୁ ସବୁପ୍ରକାର ସହାୟତା କରିବାକୁ ଚେଷ୍ଟା କରିଛି ।

Get real time updates directly on you device, subscribe now.