fbpx

ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କଲା ୟୁଏଇ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ କର୍ତ୍ତୃପକ୍ଷ । ଏହି ପରିପ୍ରେକ୍ଷୀରେ ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍ ମାରି ସଞ୍ଜଙ୍କୁ ଏହି ଭିସା ପ୍ରଦାନ କରିଛନ୍ତି । ତେବେ ସଞ୍ଜୟ ଦତ୍ତ ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଆଉ ଏନେଇ ସେ ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେ, ଏହା ତାଙ୍କ ପାଇଁ ଗୌରବର ବିଷୟ ।

ସୂଚନାଯୋଗ୍ୟ, ୟୁଏଇ କର୍ତ୍ତୃପକ୍ଷ ୨୦୧୯ରୁ ଏଭଳି ଭିସା ପ୍ରଦାନ କରୁଛନ୍ତି । ସେଠାରେ କାମ କରିବା, ବାସ କରିବା, ଅଧ୍ୟୟନ ଏବଂ ବ୍ୟବସାୟ ପରିଚାଳନା ପାଇଁ ବିଦେଶୀ ନାଗରିକଙ୍କୁ ଏଭଳି ଭିସା ଯୋଗାଇ ଦିଆଯାଉଛି । ଏହାଦ୍ୱାରା ବିଦେଶୀ ନିବେଶକ ଏବଂ ବ୍ୟବସାୟୀମାନେ ୟୁଏଇରେ ନିବେଶ ଓ ବ୍ୟବସାୟ କରିବାସହିତ ସେମାନଙ୍କ ବ୍ୟବସାୟର ପୂର୍ଣ୍ଣ ମାଲିକ ହୋଇପାରୁଛନ୍ତି । ଏହାକୁ ନେଇ ସଞ୍ଜୟ ଦତ୍ତ ଓ ତାଙ୍କ ପ୍ରଥମ ପତ୍ନୀ ରିଚା ଶର୍ମାଙ୍କ ଝିଅ ତ୍ରିଶାଲା ଖୁସି ବ୍ୟକ୍ତ କରିଛନ୍ତି । ଭାରତରୁ ଏପର୍ୟ୍ୟନ୍ତ କେବଳ ଶାହରୁଖ ଖାନ୍ ଏହିଭଳି ଭିସା ପାଇଥିବା ଜଣାଯାଇଛି ।

Get real time updates directly on you device, subscribe now.