fbpx

ପଞ୍ଚମହାଭୂତରେ ବିଲିନ ହେଲେ ବଲିଉଡ଼ ଅଭିନେତା ସୁଶାନ୍ତ

ମୁମ୍ବାଇ, ୧୫ା୬: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ବିଲୋ ପାଲ ସେବା ସମାଜ ସ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେଠାରେ ତାଙ୍କ ପରିବାର ଲୋକଙ୍କ ସହ ପ୍ରିୟଜନ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ମୁମ୍ୱାଇରେ ପ୍ରବଳ ବର୍ଷା ହୋଇଥିଲେ ବି ତାଙ୍କର ଅନେକ ପ୍ରଶଂସକ ଓ ସାଥି କଳାକାର ମାନେ ସେଠାରେ ଉପସ୍ଥିତ ଥିଲେ ।

ତେବେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଖବର ସମସ୍ତଙ୍କୁ ଚକିତ କରିଦେଇଛି । ପାଟନାରୁ ଆସିଥିବା ୩୪ ବର୍ଷୀୟ ସୁଶାନ୍ତ ଦୀର୍ଘ ସମୟ ଧରି ଅସୁବିଧାରେ ଥିଲେ ଓ ଡିପ୍ରେସନର ଚିକତ୍ସା କରାଉଥିଲେ । ସୁଶାନ୍ତଙ୍କ ବିୟୋଗ ପରେ ତାଙ୍କ ପରିବାର ଲୋକ ବି ସ୍ତବ୍ଧ ହୋଇଯାଇଥିବା ବେଳେ ବଲିଉଡ ଜଗତରେ ବି ଶୋକର ଲହରୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଜାଣିବାକୁ ଛାନଭିନ୍ ଆରମ୍ଭ କରିଛି । ଏହାରି ମଧ୍ୟରେ ପୋଲିସ ତାଙ୍କ ଭଉଣୀ ସହ କଥା ହେବାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ କହିଥିଲେ ଯେ, ଆର୍ଥିକ ଦୃଷ୍ଟିରୁ କୌଣସି ଅସୁବିଧା ନଥିଲା । କିନ୍ତୁ ଗତ ସପ୍ତାହରୁ ସୁଶାନ୍ତଙ୍କ ଅବସ୍ଥା କିଛି ଠିକ୍ ନଥିଲା । ଡିପ୍ରେସନ ବିଷୟରେ ଜାଣିଥିଲେ ବି ସେ ଆତ୍ମହତ୍ୟା ଭଳି ଭୟଙ୍କର ପଦକ୍ଷେପ ନେବେ ବୋଲି ଜାଣିନଥିଲି । ସେ ସମସ୍ତଙ୍କ ସହ ବହୁ ସାଧାରଣ ଭାବେ କଥା ହେଉଥିଲେ । କିନ୍ତୁ ଗତ କିଛି ଦିନ ହେବ ସୁଶାନ୍ତ ଡିପ୍ରେସନର ମେଡିସିନ୍ ଖାଇବା ବନ୍ଦ କରିଦେଇଥିଲେ । ସୁଶାନ୍ତ କ୍ଲିନିକାଲ ଡିପ୍ରେସନର ଶିକାର ହୋଇଥିଲେ । କିନ୍ତୁ ପୋଲିସ ଏନେଇ କିଛି ସ୍ପଷ୍ଟ କରିନାହିଁ ।

Get real time updates directly on you device, subscribe now.