fbpx

ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ କରୋନା ଚିହ୍ନଟ ଅଭିଯାନ

ଭୁବନେଶ୍ୱର, ୧୫ା୬(ଓଡ଼ିଶା ଭାସ୍କର): କରୋନା ନେଇ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଅଧିକ ନମୂନା ପରୀକ୍ଷା ଉପରେ ଜୋର ଦିଆଯାଉଛି । ଏବେ ୧୦ଟି ଜିଲ୍ଲାରେ ୧୭ଟି ଲାବରୋଟୋରୀରେ ପରୀକ୍ଷା କରାଯାଉଛି । ଆଇସିଏମଆର ନୂଆ ଗାଇଡ଼ଲାଇନ ଅନୁସାରେ ପରୀକ୍ଷଣ କରାଯାଉଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଉଛି । ଏହାସହ ପଜିଟିଭ୍ ବ୍ୟକ୍ତିଙ୍କ ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ନମୁନା ପରୀକ୍ଷା ହେଉଛି । ପୂର୍ବରୁ ୨୦୦ ନମୁନା ପରୀକ୍ଷା ବେଳେ ଜଣେ ପଜିଟିଭ୍ ବାହାରୁଥିଲେ । ଏବେ ୨୦ଟି ନମୁନା ପରୀକ୍ଷାରୁ ଜଣେ ପଜିଟିଭ୍ ବାହାରୁଛି । ଓଡ଼ିଶାର କରୋନା ମୃତ୍ୟୁ ସଂଖ୍ୟା ସବୁ ରାଜ୍ୟ ଅପେକ୍ଷା କମ୍ ରହିଛି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବାର ହାର ୬୭ ପ୍ରତିଶତ ରହିଛି । ଓଡ଼ିଶାର କୋଭିଡ଼ ମୁକାବିଲା ଏବେ ଭାରତରେ ମଡ଼େଲ ପାଲଟିଛି । ଆସନ୍ତା ୪ରୁ ୬ ସପ୍ତାହ ପଜିଟିଭ୍ କେସ୍ ବଢ଼ିବ ବୋଲି ଡାକ୍ତରଙ୍କ ମତ ରହିଛି । ତେଣୁ ଏହି ୪ରୁ ୬ ସପ୍ତାହ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଏହାସହ ଏହି ସପ୍ତାହ ଗୁଡ଼ିକ ସତର୍କ ରହିବାକୁ ପଡ଼ିବ ।
ସେହିପରି ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ କରୋନା ଚିହ୍ନଟ ଅଭିଯାନ । ପ୍ରତି ଘରେ ସ୍ୱାସ୍ଥ୍ୟବସ୍ଥା ବୁଝିବେ ଆଶା ଓ ଏଏନଏମ୍ ଦିଦି । କରୋନା ଲକ୍ଷଣ ଥିଲେ ଚିକିତ୍ସା ପାଇଁ ପଦକ୍ଷେପ ନେବେ । ଆସନ୍ତାକାଲିଠାରୁ ଜୁଲାଇ ୩୧ଯାଏ ଏହି ଅଭିଯାନ ଚଳାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.