fbpx
BJD SKY
BJD SKY

BIG BREAKING: ଘର ଭିତରେ ବୋମା ବିସ୍ଫୋରଣ, ଶିକ୍ଷକ ଗୁରୁତର

BJD

ବ୍ରହ୍ମପୁର: ଘର ଭିତରେ ବୋମା ଫୁଟିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ ଶିକ୍ଷକ ଗୁରୁତର ଅଛନ୍ତି । ଏହା ବ୍ରହ୍ମପୁର ଜିଲ୍ଲା ବଡ଼ବଜାର ରଘୁପତି ନଗର ୨ୟ ଲାଇନରେ ଘଟିଛି । ଶିକ୍ଷକ ଘରେ ଏକା ରହିବା ବେଳେ ଏହି ବୋମା ଫୁଟିଛି । ଘଟଣାସ୍ଥଳରେ ବୋମାମାଡ଼ର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ । ସେଠାରେ ଶିକ୍ଷକ ଜଣକ ରକ୍ତାକ୍ତ ଅବସ୍ଥାରେ ଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ଏମକେସିଜି ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ଛାନଭିନ କରୁଛି ।

Get real time updates directly on you device, subscribe now.