fbpx
BJD
BJD SKY
BJD SKY

ଜନତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ପେଟ୍ରୋଲ- ଡିଜେଲ ଦର ୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା

BJD

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ସାଧାରଣ ଜନତା ତୈଳ ଦର ବୃଦ୍ଧିକୁ ନେଇ ଛଟପଟ ହେଉଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ତୈଳର ମହଙ୍ଗା ମାଡ଼ରୁ ଜନତାଙ୍କୁ ମିଳିଛି ଆଶ୍ୱସ୍ତି । ପେଟ୍ରୋଲ- ଡିଜେଲ ଦର ୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପେଟ୍ରୋଲ-ଡିଜେଲର ଦାମ ଉପରୁ ଲାଗୁଥିବା ଭ୍ୟାଟକୁ କମ୍ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ସାରା ରାଜ୍ୟରେ ପେଟ୍ରୋଲ-ଡିଜେଲ ଦରରେ ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିବ ।

ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ତୈଳ ଦର ହ୍ରାସ ନେଇ ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ-ଡିଜେଲ ଦର ଜୟପୁର, ଉଦୟପୁର, ଜୋଧପୁର, ବିକାନେର, ଗଙ୍ଗାନଗରରେ ବହୁତ ତାରତମ୍ୟ ରହିଥିଲା । ରାଜ୍ୟରେ ଡିଜେଲ ଦରରେ ପାଖାପାଖି ୫ ଟଙ୍କା ୨୮ ପଇସା ଅନ୍ତର ରହିଥିଲା । ପେଟ୍ରୋଲ ଦରରେ ମଧ୍ୟ ସମାନ ଅନ୍ତର ରହିଥିଲେ ହେଁ ସେଥିପ୍ରତି କେହି ଧ୍ୟାନ ଦେଇନଥିଲେ । ସେଥିପାଇଁ ଭ୍ୟାଟ ଦରରେ ଦୁଇ ପ୍ରତିଶତ ହ୍ରାସ ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲରେ ଲାଗୁଥିବା ଭ୍ୟାଟ ୨ ପ୍ରତିଶତ ହ୍ରାସ ପାଇବା ଫଳରେ ପେଟ୍ରୋଲ ଦର ୧.୨୦ରୁ ୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ । ସେହିପରି ଡିଜେଲ ଦର ୧.୩୪ ଟଙ୍କାରୁ ୪.୮୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ । ମାର୍ଚ୍ଚ ୧୫ ତାରିଖ ସକାଳ ୬ଟା ପରଠାରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.