fbpx

୨୬ ବର୍ଷ ଚାକିରି କାଳ ଭିତରେ ନେଇଛନ୍ତି ମାତ୍ର ଗୋଟିଏ ଛୁଟି, ଜାଣନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ କିଛି ଖାସ୍ କଥା

ଓଡ଼ିଶା ଭାସ୍କର: ସରକାରୀ ଚାକିରି ହେଉ କିମ୍ବା ବେସରକାରୀ ଚାକିରି, ଛୁଟି ସମସ୍ତଙ୍କର ନିହାତି ଦରକାର। ଏଥିପାଇଁ ବିଭିନ୍ନ ପ୍ରକାରର ଛୁଟି ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ସାଧାରଣତଃ ରବିବାର ଓ ବିଭିନ୍ନ ପୂଜାପର୍ବାଣୀରେ ଛୁଟି ଦିନ ଥାଏ ବୋଲି ଆମ ସମସ୍ତଙ୍କୁ ଜଣା। ହେଲେ ବାଦ୍ ଅନ୍ୟାନ ଛୁଟିର ବ୍ୟବସ୍ଥା ମଧ୍ୟ ରହିଛି, ଯେମିତିକି ସିଏଲ୍‌, ପିଏଲ୍‌ ଓ ସିକ୍‌ ଲିଭ୍ ଇତ୍ୟାଦି। ସେହିପରି ସରକାରୀ ଅଫିସ୍ ଭଳି ଅନେକ ବେସରକାରୀ ସଂସ୍ଥା ମାସର ଦ୍ୱିତୀୟ ଶନିବାରକୁ ପୂରା ଛୁଟି କରୁଥିବା ବେଳେ ଅନ୍ୟ ଶନିବାରଗୁଡ଼ିକୁ ହାପ୍ ଡେ’ ଛୁଟି ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏତେ ପ୍ରକାରର ସବୁ ଛୁଟି ରହିଥିବା ବେଳେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜ ୨୬ ବର୍ଷ ଚାକିରି କାଳ ଭିତରେ ମାତ୍ର ଗୋଟିଏ ଛୁଟି ନେଇଛନ୍ତି। ତେଣୁ ତାଙ୍କର ଏହି ନିଷ୍ଠାପର ଭାବେ କାମ କରିବା ଗୁଣ ଆଜି ସବୁଠି ତାଙ୍କୁ ପରିଚିତ କରାଇଛି। ଏଥିପାଇଁ ତାଙ୍କୁ India Book of Recordsରେ ମଧ୍ୟ ସ୍ଥାନ ମିଳିଛି। ତେବେ ଏଭଳି ଏକ ଖାସ୍ ବ୍ୟକ୍ତିଙ୍କ ବିଷୟରେ ଆସନ୍ତୁ ଜାଣିବା ଅଧିକ କିଛି…

ସୂଚନା ଅନୁଯାୟୀ, ନିଜର ଛୁଟିକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଉତ୍ତର ପ୍ରଦେଶର ବିଜନୌରର ତେଜପାଲ ସିଂହ। ସେ ତାଙ୍କର ଗତ ୨୬ ବର୍ଷର ଚାକିରି କାଳ ମଧ୍ୟରେ କେବଳ ଗୋଟିଏ ଦିନ ଛୁଟି ନେଇଛନ୍ତି, ତାହା ପୁଣି ପେଡ୍‌ ଲିଭ୍‌ ଅନ୍ତର୍ଭୁକ୍ତ ଥିଲା। ତେଣୁ ଏଥିପାଇଁ ନିକଟରେ ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ (India Book of Records)ରେ ସାମିଲ କରାଯାଇଛି। ତେଜପାଲ ହୋଲି, ଦୀପାବଳି ଓ ଦଶହରା ଭଳି ପର୍ବପର୍ବାଣୀରେ ବି ଛୁଟି ନିଅନ୍ତି ନାହିଁ। ଏମିତିକି ସେ ରବିବାର ମଧ୍ୟ ଅଫିସ ଯାଆନ୍ତି। ତେଜପାଲ ସିଂହ ୧୯୯୫ ମସିହାରୁ ବିଜନୌରର ଏକ ଚିନି କଳରେ କାର୍ୟ୍ୟ କରୁଛନ୍ତି। କମ୍ପାନୀର ନିୟମ ଅନୁସାରେ ତାଙ୍କୁ ବର୍ଷରେ ୪୫ଟି ଛୁଟି ମିଳେ। କିନ୍ତୁ ସେ କେବେ ଏହି ଛୁଟିଗୁଡ଼ିକୁ ନେଇ ନାହାନ୍ତି। ଗତ ୨୬ ବର୍ଷରେ ସେ କେବଳ ଗୋଟିଏ ଦିନ ଛୁଟି ନେଇଥିଲେ। ତେଜପାଲ କହିଛନ୍ତି ଯେ ଛୁଟି ନ ନେଇ କାମ କରିବାକୁ ତାଙ୍କୁ କେହି କହି ନାହାନ୍ତି। ସେ ତାଙ୍କ ଇଚ୍ଛାରେ ସବୁ ଦିନେ ଅଫିସ ଆସନ୍ତି ଓ କାମ କରନ୍ତି।

Get real time updates directly on you device, subscribe now.