fbpx

ପୁତିନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: କାର୍ ନିକଟରେ ବୋମା ବିସ୍ପୋରଣ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । କିନ୍ତୁ ଏହାରି ମଧ୍ୟରେ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି । କୁହାଯାଉଛି ଯେ ପୁତିନଙ୍କ କାର୍ ନିକଟରେ ପାଖରେ ବୋମା ପକାଯାଇଥିଲା । ଆଉ ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୁତିନ୍ । ଅବଶ୍ୟ ଏହି କଥାର କୌଣସି ଅଧିକାରୀକ ଭାବରେ ନିଶ୍ଚିତ କରାଯାଇନାହିଁ ।

ମିଡିଆ ରିପୋର୍ଟ ଅନୂଯାୟୀ, ଭ୍ଲାଦିମୀର ପୁତିନଙ୍କ ଲିମୋସିନ୍ କାର୍ ପାଖରେ ବମ୍ ବିସ୍ଫୋରଣ କରାଯାଇ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି । ବମ୍ ବିସ୍ଫୋରଣ ପରେ କାରର ବାମ ପାଶ୍ୱର୍ରୁ ଧୂଆଁ ବାହାରୁଥିବା ମଧ୍ୟ କୁହାଯାଇଛି ।

ପୁତିନଙ୍କ ଲିମୋସିନ କାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଅବଶ୍ୟ ଏଥିରେ ପୁତିନଙ୍କୁ କୌଣସି ଆଘାତ ହୋଇନାହିଁ । ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ପୁତିନ ଏକ କାର୍ଯ୍ୟକ୍ରମରୁ ଫେରିବାବେଳେ ଏହି ଘଟଣା ଘଟିଛି । ପ୍ରଥମେ ଏକ ଆମ୍ବୁଲାନ୍ସ ପୁତିନଙ୍କ ସୁରକ୍ଷାରେ ଥିବା ପ୍ରଥମ କାର୍ ଅଟକିଥିଲା । ଯାହାପରେ ବୋମା ବିସ୍ଫୋରଣ ହୋଇଥିଲା । ଘଟଣା ପରେ କାରକୁ ବମ୍ ସ୍କ୍ୱାଡ୍ ଏବଂ ବୁଲେଟପ୍ରୁଫ୍ ସୁରକ୍ଷାକର୍ମୀ ଚାରିପଟୁ ଘେରିନେଇଥିଲେ । ଏବଂ ପୁତିନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଥିଲା । କୁହାଯାଉଛି ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା ।

 

Get real time updates directly on you device, subscribe now.