fbpx

ବୁଲା କୁକୁରଙ୍କଠୁ ସୁରକ୍ଷା ଦେବ ଏହି ଡିଭାଇସ! ଶସ୍ତା ଦରରେ ମାର୍କେଟରେ ଉପଲବ୍ଧ

ନିକଟରେ କୁକୁର କାମୁଡା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି । ଯେଉଁମାନଙ୍କୁ କୁକୁର ଦେଖିଲେ ଭୟ ଲାଗେ ସେମାନେ ସତର୍କ ହୋଇ ରାସ୍ତାରେ ଚାଲୁଛନ୍ତି । କିନ୍ତୁ ଏମିତି ଏକ ଡିଭାଇସ ଅଛି ଯାହା ଆପଣଙ୍କୁ କୁକୁର କାମୁଡାରୁ ରକ୍ଷା କରିପାରିବ । ଏଠାରେ ଆମେଡଗ୍ ରିପେଲେଣ୍ଟ (Dog Repellent) ଡିଭାଇସ କଥା କହୁଛୁ ।

ଆପଣଙ୍କୁ ଅତି ସହଜରେ ଏହା ଅନଲାଇନ୍ ବା ଅଫଲାଇନ୍ ମାର୍କେଟରେ ମିଳିଯିବ । ଏହାର ଦାମ୍ ମଧ୍ୟ ଅଧିକ ନୁହେଁ । ଏହାକୁ ନେଇ କମ୍ପାନୀ କୁହନ୍ତି କି ଏହା ପାଖରେ ଥିଲେ କାମୁଡିବା ତ ଦୂରର କଥା କୁକୁରମାନେ ଭୁକିବେ ମଧ୍ୟ ନାହିଁ । ଏହାକୁ ଅପରେଟ୍ କରିବା ପାଇଁ ଏଥିରେ ଆପଣଙ୍କୁ ୯ ଭୋଲ୍ଟର ବ୍ୟାଟେରୀ ବ୍ୟବହାର କରିବାକୁ ହେବ । ତେବେ ଡିଭାଇସ୍ ସହିତ ବ୍ୟାଟେରୀ ଆସେନାହିଁ । ଏହି କାରଣରୁ ଏହାକୁ ଆପଣଙ୍କୁ ଅଲଗା କିଣିବାକୁ ହେବ । ଏହାର ଆକାର ବହୁତ ଛୋଟ । ଏହି କାରଣରୁ ଆପଣ ସହଜରେ ଏହାକୁ ହୋଲ୍ଡ କରିପାରିବେ ।

ଏଥିରୁ ଏକ ଅଲ୍ଟ୍ରାସୋନିକ୍ ସାଉଣ୍ଡ ବାହାରେ ଯାହା ଫଳରେ କୁକୁରମାନେ ପାଖକୁ ଆସନ୍ତି ନାହିଁ । ଦାମ୍ କଥା କହିବା ତ ଏହାର ଦାମ୍ ୩୦୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ କହିଛି କି ଏହା ଦ୍ୱାରା ଆପଣ ନିଜ ପୋଷା କୁକରକୁ ମଧ୍ୟ ଟ୍ରେନିଂ ଦେଇପାରିବେ । ଅର୍ଥାତ୍ ଏହାକୁ ବ୍ୟବହାର ପୋଷା କୁକୁରକୁ ଟ୍ରେନିଂ ଦେବା ପାଇଁ ମଧ୍ୟ କରିହେବ । ଏମିତି ଏକ ଡିଭାଇସ୍ ଇ-କମର୍ସ ସାଇଟ୍ ଆମାଜନରେ ମଧ୍ୟ ଉପଲବ୍ଧ । ଆମାଜନ ଲିଷ୍ଟିଂ ଅନୁସାରେ ଏହି ଡିଭାଇସର ସାଇଜ୍ ୧୨.୮ଙ୍ଘ୪ଙ୍ଘ୨.୮ ସିଏମ୍ । ଏହାକୁ ନେଇ ପ୍ରଡକ୍ଟର ଡିସ୍କ୍ରିପ୍ସନରେ ଲେଖା ହୋଇଛି କି ଏହାର ରେଞ୍ଜ ୯.୮ ଫୁଟ ବା ୩ ମିଟର ।

Get real time updates directly on you device, subscribe now.