fbpx

ଗୁଲାମ ନବୀ ଆଜାଦଙ୍କୁ ଆତଙ୍କୀଙ୍କ ଧମକ…

ନୂଆଦିଲ୍ଳୀ: ଜମ୍ମୁ-କାଶ୍ମୀରରେ ନୂଆ ଦଳ ଗଠନ ନେଇ ପ୍ରସ୍ତୁତି କରୁଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ ମିଳିଛି । ସୂଚନା ଅନୂଯାୟୀ, ଧମକର ଏକ ପୋଷ୍ଟର ମଧ୍ୟ ଜାରି କରାଯାଇଛି । ଆଜାଦ ଅଗଷ୍ଟରେ କଂଗ୍ରେସ ସହ ନିଜ ୫ ଦଶନ୍ଧି ରୁ ଅଧିକ ଲମ୍ବା ଯାତ୍ରାର ବିରାମ ଲଗାଇଥିଲେ । ଏହାପରେ ସେ ଜମ୍ମୁ-କାଶ୍ମୀରରେ ରାଜନୀତିକ ଭାବରେ ସକ୍ରିୟ ହେବାନେଇ କଥା କହିଥିଲେ ।

ଏକ ରିପୋର୍ଟ ଅନୂଯାୟୀ, ଲଶ୍କର-ଏ-ତୋଏବା ସହ ଜଡ଼ିତ ଗ୍ରୁପ୍ ରଜିଷ୍ଟାନ୍ସ ଫ୍ରଣ୍ଟ ଟେରର ଆଜାଦଙ୍କୁ ଧମକ ଦେଇଛି । ବଡ଼ କଥା ହେଉଛି ଆଜାଦ ମିଶନ କାଶ୍ମୀରର ଏକ ରାଲିରେ ଯୋଗ ଦେବାକୁ ଯାଉଥିଲେ । ଏହା ପୂର୍ବରୁ ତାଙ୍କୁ ଏହି ଧମକ ମିଳିଛି ।

ପୋଷ୍ଟର ଜରିଆରେ ଆଜାଦଙ୍କୁ ରାଜନୀତିକ ଏଣ୍ଡୁଅ ବୋଲି କୁହାଯାଇଛି । ପୋଷ୍ଟର ଦ୍ୱାରା ଏହା ମଧ୍ୟ ଦାବି କରାଯାଇଛି ଯେ ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ସାକ୍ଷାତକାର କରିଥିଲେ ।

ସୂଚନାଯୋଗ୍ୟ, ନିକଟରେ ଆଜାଦ ଜମ୍ମୁ-କାଶ୍ମୀରରେ ଆର୍ଟିକିଲ ୩୭୦ ହଟାଇବାକୁ ନେଇ ମନ୍ତବ୍ୟକୁ ନେଇ ବିବାଦରେ ରହିଛନ୍ତି ।

Get real time updates directly on you device, subscribe now.