fbpx

କାର୍ଲିଫର୍ଣ୍ଣିୟାରେ “Bomb Cyclone”, ଆକାଶରୁ ବହୁଛି ଭୟଙ୍କର ‘ବାୟୁମଣ୍ଡଳୀୟ ନଦୀ’

ନୂଆଦିଲ୍ଲୀ: କାର୍ଲିଫର୍ଣ୍ଣିଆରେ ବର୍ତ୍ତମାନ ବମ୍ବ ସାଇକ୍ଲୋନ୍ ଜାରି ରହିଛି । ଏହି ସାଇକ୍ଲୋନ୍ କାରଣରୁ କାର୍ଲିଫର୍ଣ୍ଣିୟା ଓ ତାର ଆଖପାଖ ଅଞ୍ଚଳର ଆକାଶରୁ ଭୟଙ୍କର ବାୟୁମଣ୍ଡଳୀୟ ନଦୀ ବହୁଥିବା ଦେଖିବାକୁ ମିଳିଛି । ଯାହାଫଳରେ ଲଗାତର ଭାବରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ବରଫର ବଡ଼ ବଡ଼ ଖଣ୍ଡ ପଡ଼ୁଥିବା ଦେଖିବାକୁ ମିଳିଛି । କାର୍ଲିଫର୍ଣ୍ଣିଆରେ ଏହି ବମ୍ବ ସାଇକ୍ଲୋନ୍ ପୂର୍ବରୁ ଜଙ୍ଗଲରେ ନିଆଁ, ପ୍ରଚଣ୍ଡ ମରୁଡ଼ି, ଭୟଙ୍କର ଗରମ, ବନ୍ୟା, ଭୁସ୍ଖଳନ ଦେଖାଦେଇଥିଲା । ସେଠାକାର ଲୋକମାନେ ବର୍ତ୍ତମାନ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ଦେଇ ଗତି କରୁଛନ୍ତି ।

ତେବେ ଏହାକୁ ବମ୍ବ ସାଇକ୍ଲୋନ୍ ବୋଲି କାହିଁକି କୁହାଯାଉଛି ? ଏହାର କାରଣ ହେଲା ବମ୍ ବିସ୍ଫୋରଣ ଭଳି ଏଥିରେ ଖୁବ୍ ଶୀଘ୍ର ମୌସୁମୀରେ ପରିବର୍ତ୍ତନ ହୋଇଥାଏ । ଏହାକୁ ବୈଜ୍ଞାନିକ ମାନେ ବମ୍ବେଜେନିସିସ୍ ବୋଲି କୁହନ୍ତି । ଏଭଳି ସାଇକ୍ଲୋନ ସେତେବେଳେ ଆସେ ଯେତେବେଳେ ସଂପୃକ୍ତ ସ୍ଥାନ ଉପରେ ବାୟୁମଣ୍ଡଳ ମଧ୍ୟରେ ବାତ୍ୟା ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ୨୪ ମିଲିବାର୍ସ ପର୍ଯ୍ୟନ୍ତ ରହିଥାଏ । ମିଲିବାର୍ସ ବାୟୁମଣ୍ଡଳୀୟ ଚାପକୁ ମାପିବା ପାଇଁ ୟନୁିଟ୍ ରହିଛି ।

କାର୍ଲିଫର୍ଣ୍ଣିଆରେ ସୃଷ୍ଟ ବମ୍ବ ସାଇକ୍ଲୋନ୍ ସହିତ ଏବେ ବାୟୁମଣ୍ଡଳୀୟ ନଦୀ ମିଶି ଯାଇଛି । ଯାହାଫଳରେ ଏହାର ବଳ ଆହୁରି ବଢ଼ିଯାଇଛି । ତେବେ ଏହି ବାୟୁମଣ୍ଡଳୀୟ ନଦୀ ଅସଲରେ ହେଉଛି ଖୁବ୍ ବେଗରେ ବହୁଥିବା ଆର୍ଦ୍ରତାଯୁକ୍ତ ପବନ । ଏହା କେତେବେଳେ ହ୍ୟୁରିକେନ୍ ଓ କେତେବେଳେ ଟର୍ଣ୍ଣାଡୋ ସହିତ ମିଶିଯାଇଥାଏ । ଆଉ ଯଦି ଏହା ପଞ୍ଚମ ଶ୍ରେଣୀରେ ରଖାଯାଇଛି ତେବେ ଏହା ଖୁବ୍ ଭୟଙ୍କର ରୂପ ନେଇଥାଏ । ବର୍ତ୍ତମାନ ଏହା କାର୍ଲିଫର୍ଣ୍ଣିଆରେ ପଞ୍ଚମ ଶ୍ରେଣୀରେ ରହିଛି ।

କାର୍ଲିଫର୍ଣ୍ଣିଆ ଡିର୍ପାଟମେଣ୍ଟ ଅଫ୍ ୱାଟର୍ ରିର୍ସୋସେଜ୍ ଅନୁସାରେ, ପଞ୍ଚମ ଶ୍ରେଣୀ ବାୟୁମଣ୍ଡଳୀୟ ନଦୀ ଓ ବମ୍ବ ସାଇକ୍ଲୋନ୍ କାରଣରୁ ବର୍ଷା ଓ ଦ୍ରୁତ ବେଗରେ ପବନ ସହିତ ବନ୍ୟା, ଅଳିଆ ଆବର୍ଜନା ଉଡ଼ିବା, ଭୁସ୍ଖଳନ, ଅଚାନକ ବନ୍ୟା ଆସିବା ଭଳି ସମସ୍ୟା ଏକାସାଙ୍ଗରେ କିମ୍ବା ଗୋଟିଏ ଗୋଟିଏ କରି ଆସିପାରେ ।

ବର୍ତ୍ତମାନ କାର୍ଲିଫର୍ଣ୍ଣିଆରେ ଏନେଇ ଚେତାବନୀ ଦିଆଯାଇଛି । ଏନଡବ୍ଲୁଏସ୍ ମୁତାବକ, ଏଠାରେ ପୂରା ଦିନ ବର୍ଷା ଲାଗି ରହିପାରେ । ଦ୍ରୁତ ବେଗରେ ପବନ ବହିବା କାରଣରୁ ରାସ୍ତାଘାଟରେ ପଡ଼ିଥିବା ଅଳିଆ ଆବର୍ଜନା ପବନରେ ବହିବାର ଆଶଙ୍କା ରହିଛି । ଦ ୱାଶିଂଟନ ପୋଷ୍ଟ୍ ମୁତାବକ, ମଧ୍ୟ ଓ ଉତ୍ତର କାର୍ଲିଫର୍ଣ୍ଣିଆରେ ଭୁସ୍ଖଳନ ହେବାର ଆଶଙ୍କା ଦେଖାଦେଇଛି । ଗତ ସପ୍ତାହରେ ସେକ୍ରୋମେଣ୍ଟୋ ଠାରେ ମାର୍ଚ୍ଚ ପରେ ପ୍ରଥମ ଥର ବର୍ଷା ହୋଇଥିଲା । ୨୨୦ ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ବର୍ଷାର ଏକ ବୁନ୍ଦା ବି ପଡ଼ିନଥିଲା ହେଲେ ଏବେ ଏହି ଅଞ୍ଚଳରେ ଅଧା ଫୁଟ୍ ପର୍ଯ୍ୟନ୍ତ ପାଣି ରାସ୍ତା ଉପରେ ଜମା ହୋଇ ରହିଛି ।

Get real time updates directly on you device, subscribe now.