fbpx

ଦୀପାବଳି ପୂର୍ବରୁ କମିବ ଖାଇବା ତେଲ ଦାମ ? ରାଜ୍ୟ ସହିତ ଆଜି ଆଲୋଚନା କରିବ କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ସଂପ୍ରତି ଖାଇବା ତେଲର ଦାମ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । ଗୋଟିଏ ପଟେ ପେଟ୍ରୋଲ-ଡିଜେଲ୍ ଦର ଲୋକଙ୍କୁ କହଦହ କରୁଥିବା ବେଳେ ଖାଇବା ତେଲ ଦାମ ବଢିବା ଲୋକଙ୍କ ପାଇଁ ବେଡି ଉପରେ କରୋଡା ମାଡ ସଦୃଶ ହୋଇଛି । ହେଲେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ବିଭାଗ(ଡିଏଫପିଡି)ର ସଚିବ ସୁଧାଂଶୁ ପାଣ୍ଡେ ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିଙ୍କ ସହ ବୈଠକ କରି ଖାଇବା ତେଲର ଦରବୃଦ୍ଧି ଉପରେ ଆଲୋଚନା କରିବାର ଆଶା ରହିଛି ।

ସରକାର ଦ୍ୱାରା ସଞ୍ଚାଳିତ ଏହି ବିଭାଗ କହିଛି, ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଖାଦ୍ୟ ତେଲର ଚାହିଦା ଅଲଗା ଅଲଗା ରହିଥିଲା । ଏଥିପାଇଁ ବିଭାଗ ଖାଇବା ତେଲ ବୃଦ୍ଧି ନେଇ ନୋଟିସ୍ ଜାରି କରି ପାରନ୍ତି । କେମିତି ତେଲ ଦାମ ହ୍ରାସ ହେବ ତାହା ଉପରେ ସମୀକ୍ଷା କରି ପାରନ୍ତି । ଡିଏଫପିଡି ସାପ୍ତାହିକ ଭାବେ ଖାଦ୍ୟ ତେଲର ଷ୍ଟକ ଉପରେ ନଜର ରଖିବା ପାଇଁ ଏକ ୱେବସାଇଟ୍ ତିଆରି କରିଛି ।

ଅନ୍ୟପଟେ କେନ୍ଦ୍ର ସରକାର ଦର ହ୍ରାସ ପାଇଁ ଅନେକ ପଦକ୍ଷେପ ନେଇ ସାରିଛନ୍ତି । ତେଲ ଉପରେ ଆମଦାନୀ ଶୁଳ୍କ କମ କରିବା ସାମିଲ୍ । ଘରୋଇ ମୂଲ୍ୟ ଉପରେ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖାଦ୍ୟ ତେଲର ଷ୍ଟକ ସୀମା ନିର୍ଦ୍ଧାରିତ କରାଯାଇଥିଲା । ଆମଦାନୀ ଶୁଳ୍କ ହ୍ରାସ ପରେ ତେଲର ମୂଲ୍ୟ କିଲୋଗ୍ରାମ ପ୍ରତି ୩ ରୁ ୪ ଟଙ୍କା କମିଥିଲା ।

Get real time updates directly on you device, subscribe now.